Home ଦେଶ ବିଦେଶ ସାସ୍ନାକୁ ଆସିଲା ଜେଟ୍ ଏୟାର ୱେଜ ବିମାନର ନୂଆ ଟୁଇଷ୍ଟ

ସାସ୍ନାକୁ ଆସିଲା ଜେଟ୍ ଏୟାର ୱେଜ ବିମାନର ନୂଆ ଟୁଇଷ୍ଟ

0
( ମୁମ୍ବାଇ) ଜେଟ୍ ଏୟାର ୱେଜ ବିମାନରେ ଘଟିଥିବା ଅଘଟଣରେ ନୂଆ ଟୁଇଷ୍ଟି ସାମ୍ନାକୁ ଆସିଛି । କ୍ରୁ ମେମ୍ବରଙ୍କ ଅବହେବଳା ଯୋଗୁଁ ମୁମ୍ବାଇରୁ ଜୟପୁର ଯାଉଥିବା ବିମାନରେ ଅଘଟଣ ହୋଇଥିବା ଜଣାପଡିଛି । ତେବେ ଅସୁସ୍ଥ ହୋଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି । ଯାତ୍ରୀ ଜଣକ ଏୟାର ଲାଇନ୍ ବିରୋଧରେ ଅବହେଳା ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଅନୁସାରେ ,ଏହି ଜେଟ୍ ଏୟାର ୱେଜରେ କ୍ରୁ ମେମ୍ବର କ୍ୟାବିନର ପ୍ରେସରକୁ ଠିକ୍ ରଖିବା ପାଇଁ ଉଦ୍ଧିଷ୍ଟ ସୁଇଚ୍ କୁ ଭୁଲରେ ଟିପି ନଥିଲେ । ଯାହାଫଳରେ ବିମାନରେ ଥିବା ୧୬୬ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରି ଥିବା ବେଳେ କିଛି ଯାତ୍ରୀଙ୍କର ପ୍ରବଳ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥିଲା ।