Home Uncategorized ସିଆରପି ଫ୍ଲାଏ ଓଭର ଉପରେ ଟ୍ରକ୍‌ ପଛରେ ପିଟି ହେଲା ପିକନିକ୍‌ ବସ୍‌, ୧୫ ଜଣ...

ସିଆରପି ଫ୍ଲାଏ ଓଭର ଉପରେ ଟ୍ରକ୍‌ ପଛରେ ପିଟି ହେଲା ପିକନିକ୍‌ ବସ୍‌, ୧୫ ଜଣ ଛାତ୍ରଛାତ୍ରୀ ଆହତ

0
ଭୁବନେଶ୍ୱର :  ଭୁବନେଶ୍ୱର ସିଆରପି ଫ୍ଲାଏ ଓଭର ଉପରେ ଏକ ସ୍କୁଲ ପିକନିକ୍ ବସ୍ ଗତକାଲି ରାତି ପ୍ରାୟ ୨ଟା ୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସର ଡ୍ରାଇଭର ଓ ହେଲପରଙ୍କ ସହ ପ୍ରାୟ୧୫ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡ, ହାତ ଓ ନାକରେ ଆଘାତ ଲାଗିଛି । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବାଣପୁରରୁ ପିକନିକ୍ ବସ ସ୍କୁଲ ପିଲାଙ୍କୁ ନେଇ କପିଳାସ ଯାଉଥିଲା । ଏହି ସମୟରେ ସିଆରପି ଫ୍ଲାଏ ଓଭର ଉପରେ ବିଳମ୍ବିତ ରାତିରେ ଆରଟିଓ ଚେକିଙ୍ଗ ଚାଲିଥିଲା । ଆଗରେ ଯାଉଥିବା ଏକ ଟ୍ରକ ହଠାତ୍ ବ୍ରେକ୍ ମାରିଦେବାରୁ ପଛରେ ଯାଉଥିବା ଏହି ବସଟି ଟ୍ରକକୁ ପଛରୁ ପିଟିଥିଲା । ବସ୍‌ରେ ୪୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଥିଲେ ।