Home ଦେଶ ବିଦେଶ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଦୁଇଟି ପତ୍ରର ପୁଣି ପରୀକ୍ଷା କରାଯିବ

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଦୁଇଟି ପତ୍ରର ପୁଣି ପରୀକ୍ଷା କରାଯିବ

0

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟ ପାଇଁ ପୁଣି ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଏହି ଦୁଇଟି ପ୍ରଶ୍ନ ପତ୍ର ଲିକ୍‌ ହେବା ଅଭିଯୋଗ ହେବା ପରେ ସିବିଏସଇ ଏହି ପଦକ୍ଷେପ ନେଇଛି । ସପ୍ତାହକ ମଧ୍ୟରେ ପରୀକ୍ଷାର ନୂଆ ତାରିଖ ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିଲା । ଏଥିରେ ୨୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି I ଦ୍ୱାଦଶ ଶ୍ରେଣୀର ଅର୍ଥନୀତି  ପରୀକ୍ଷା ମାର୍ଚ୍ଚ ୨୬ରେ ଶେଷ ହୋଇଥିବାବେଳେ ବୁଧବାର ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଶେଷ ହୋଇଛି । ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା କିନ୍ତୁ  ସିବିଏସ୍‌ଇ ଏହାକୁ ଖଣ୍ଡନ କରିଥିଲା I ଏହା ପରେ ସିବିଏସଇ ପକ୍ଷରୁ ପରୀକ୍ଷାକୁ ନିରପେକ୍ଷ କରିବା ପାଇଁ ଏହି ଦୁଇ ପତ୍ରର ପୁନଃ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here