Home ଦେଶ ବିଦେଶ ସୀମାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିପାତ

ସୀମାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିପାତ


ଜମ୍ମୁ-କାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ଜାରି ରହିଛି ସେନାର ଆତଙ୍କୀ ନିପାତ ଅଭିଯାନ। ଉତ୍ତର କାଶ୍ମୀରର ସୋପୋର ହର୍ଦ୍ଦସିଭା ଗ୍ରାମରେ ଆତଙ୍କବାଦୀଙ୍କ ଗତିବିଧି ନେଇ ପୋଲିସ ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ ।

ଉଭୟ ସେନା ଏବଂ ସିଆରପିଏଫ୍ ପକ୍ଷରୁ ଏହି ଅପରେସନକୁ ରୂପ ଦିଆଯାଉଛି । ବର୍ତ୍ତମାନ ଉଭୟ ପଟୁ ବଡ଼ ଧରଣର ଗୁଳିମାଡ଼ ହେଉଥିବା ଜଣାପଡ଼ିଛି । ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା।  ସେନା ଉପରକୁ ପ୍ରଥମେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଏହାର କଡ଼ା ଜବାବ ଦେଉଛି ସେନା ।

ଆହୁରି ପଢ଼ନ୍ତୁ