Home ଦେଶ ବିଦେଶ ସୁଞ୍ଜୱାନ୍‌ ହମ୍‌ଲା: ୫ ଯବାନ ଶହୀଦ ଓ ୧୧ ଗୁରୁତର

ସୁଞ୍ଜୱାନ୍‌ ହମ୍‌ଲା: ୫ ଯବାନ ଶହୀଦ ଓ ୧୧ ଗୁରୁତର

0

ଜମ୍ମୁ କାଶ୍ମୀରର ସୁଞ୍ଜବାନ ସେନା ଶିବିରରେ ପଶି ରହିଥିବା ଆତଙ୍କବାଦୀଙ୍କୁ ଧରିବାକୁ ସେନାର ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ତେବେ ଆତଙ୍କବାଦୀ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୫ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନଙ୍କ ବାପା ପ୍ରାଣ ହରାଇଛନ୍ତି । ଏଥିରେ ଦୁଇ ଜଣ ଜେସିଓ ଯବାନ ରହିଛନ୍ତି । ଏହା ସହିତ ଏହି ଗୁଳି ବର୍ଷାରେ ୧୧ ଜଣ ଗୁରୁତର ହୋଇଛନ୍ତି । ଭାରତୀୟ ଯବାନଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆହୁରି ୨-୩ ଜଣ ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସେନାର ଅପରେସନ୍‌ ଜାରି ରହିଛି ।

ଶନିବାର ସକାଳେ ସୁଞ୍ଜବାନ୍‌ ସେନା ଶିବିର ଭିତରେ ଆତଙ୍କବାଦୀ ପଶି ହମଲା କରିଥିଲେ । ଏହି ଶିବିରରେ ପ୍ରାୟ ୭୦୦ ଜଣ ରୁହନ୍ତି । ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ । ଏହା ପରେ ସେନାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଦୀର୍ଘ ୩୦ ଘଣ୍ଟା ହେବ ଅପରେସନ୍‌ ଜାରି ରହିଛି । ଏଥିରେ ୫ ଜଣ ଯବାନ ପ୍ରାଣ ହରାଇ ସାରିଲେଣି । ମୃତକ ମାନେ ହେଲେ ମଦନଲାଲ ଚୌଧୁରୀ, ମହମ୍ମଦ ଅସରଫ୍‌ ମୀର, ହାବିଲଦାର ହବିବ ଉଲ୍ଲା କ୍ୱାରସୀ, ମନଜୁର ଅହମ୍ମଦ ଓ ମହମ୍ମଦ ଇକବାଲ୍ । ସାଧାରଣ ନାଗରିକଙ୍କ ମଧ୍ୟରେ ମହମ୍ମଦ ଇକ୍‌ବାଲଙ୍କ ବାପା ପ୍ରାଣ ହରାଇଛନ୍ତି

LEAVE A REPLY

Please enter your comment!
Please enter your name here