Home Uncategorized ସୁପ୍ରିମକୋଟଙ୍କ ଗୁରୁତ୍ୱ ପୂର୍ଣ୍ଣରାୟ ! ସାବରୀମାଲା ମନ୍ଦିରରେ ମହିଳାଙ୍କୁ ମିଳିଲା ପୁଜା କରିବାର ଅନୁମତି..

ସୁପ୍ରିମକୋଟଙ୍କ ଗୁରୁତ୍ୱ ପୂର୍ଣ୍ଣରାୟ ! ସାବରୀମାଲା ମନ୍ଦିରରେ ମହିଳାଙ୍କୁ ମିଳିଲା ପୁଜା କରିବାର ଅନୁମତି..

0
ଆସିଲା ସୁପ୍ରିମକୋଟଙ୍କ ଗୁରୁତ୍ୱ ପୂର୍ଣ୍ଣରାୟ । କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମିଳିଲା ମହିଳାଙ୍କୁ ପୁଜା କରିବାର ଅନୁମତି । ତେବେ ସାବରୀମାଲା ମନ୍ଦିରରେ ଥବା କଟକଣାକୁ ହଟାଇଲେ ସର୍ବୋଚ୍ଚନ୍ୟାୟଳୟ । ଆଜି ଏହି ମାମଲାକୁ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମହିଳାଙ୍କ ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି ।ଏଥରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଚନ୍ଦଚୁଡ, ୍ର ଜଷ୍ଟିସ ନରିମନ୍ , ଜଷ୍ଟିସ ଖାନୱିଲକର , ମହିଳାଙ୍କ ପକ୍ଷରେ ହିଁ ରାୟ ଶୁଣାଇଛନ୍ତି । ସେପଟେ ମୁଖ୍ୟ ବିଚାର ପତି ଦୀପକ ମିଶ୍ର କହୁଛନ୍ତି, ଆସ୍ଥା ନାମରେ ଲିଙ୍ଗ ଦେବା ଠିକ ନୁହେଁ । ନିୟମ ଓ କାନୁନ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ସମାନ ।ସେ ଏହା ବି କହିଛନ୍ତି ମହିଳାଙ୍କ ପାଇଁ ଭିନ୍ନ ମାପଦଣ୍ଡ ସେମାନଙ୍କ ସମ୍ମାନରେ ଅଞ୍ଚ ଆଣୁଥିଲା । ସୁପ୍ରିମକୋର୍ଟ କହିଛନ୍ତି ଭଗବାନ ନିକଟରେ ଭାଗ ଭାଗ କରିବା ଉଚିତ୍ ନୁହେଁ । ସୁପ୍ରିମକୋଟଙ୍କ ଅନୁଚ୍ଛେଦ ୨୫ ଅନୁସାରେ ସନସ୍ତେ ସମାନ । ତେବେ ପୂର୍ବରୁ ମହିଳାମାନେ ଦୁର୍ବଳ ବୋଲି ବିବେଚନା କରି ଏହି କଟକଣା ଲଗାଯାଇଥିଲା । ଅନ୍ୟପଟେ ଏହି ମାମଲାର ଶୁଣାଣି କରି ଅଗଷ୍ଟ ମାସରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଏହିକଟକଣା ଲଗା ଯିବା ଦ୍ୱାରା ମହିଳା ମାନଙ୍କୁ ସମ୍ବିଧାନର ଧାରା ୧୪,୧୫ ଓ୧୭ ଅଧୀନରେ ମିଳିଥିବା ଅଧିକାରର ଉଲ୍ଲଂଘନ ହେଉଛି କି ନାହିଁ ସେ ସମ୍ପର୍କରେ ଅଦାଲତ ରାୟ ଶୁଣାଇବାର ଥିଲା । କାହିଁକି ଲାଗିଥିଲା ମହିଳାଙ୍କ ଉପରେ କଟକଣା ।ଅନ୍ୟପଟେ ସାବରୀମାଳା ମନ୍ଦିରର ପ୍ରଶାସକ ସୁପ୍ରିମକୋଟକୁ କହିଥିଲେ ୧୦ରୁ ୧୫ ବର୍ଷ ବୟସର ମହିଳା ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । କାରଣ ସେମାନେ ମାସିକ ଧର୍ମ ସମୟରେ ନିଜକୁ ଶୁଦ୍ଧ ରଖିପାରିବେ ନାହିଁ । ତେବେ ଏହି ମାମଲାକୁ ସମର୍ଥନ କରିଥିଲେ କେରଳ ସରକାର ।