Home ଦେଶ ବିଦେଶ ସୁପ୍ରିମକୋର୍ଟରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା ! ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କଲା...

ସୁପ୍ରିମକୋର୍ଟରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା ! ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି। ସର୍ବୋଚ୍ଚ ନ୍ୟାୟାଳୟରେ  ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର  ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଛି ସିବିଆଇ । ଆଜି ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି ସିବିଆଇ । ତଦନ୍ତକାରୀ ଦଳ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିବା ବେଳେ ୨୦୧୮ ଫେବୃଆରୀରେ ମାମଲା ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୧୩ ମସିହାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ସ୍କୁଲରେ ଠିକା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିରୋସିନି ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଇତିଶ୍ରୀ ସେହି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ତାଙ୍କୁ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପରେ ଏକ ଜନସ୍ୱାର୍ଥ ମାମଲା ଆଧାରରେ ସୁପ୍ରିମ କୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତବର୍ଷ ଏପ୍ରିଲରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା।