Home ଓଡିଶା ସୁରକ୍ଷା କର୍ମୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର !

ସୁରକ୍ଷା କର୍ମୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର !

ଭୁବନେଶ୍ଵର: ସଚିବାଳୟର ସୁରକ୍ଷା କର୍ମୀଙ୍କୁ ବିଧାୟକ ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି ।  ସଚିବାଳୟର ଗେଟ ନଂ-୧ରେ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ସୁରକ୍ଷା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।  ନିୟମାନୁସାରେ, ସଚିବାଳୟର ୧ ନମ୍ୱର ଗେଟ୍‌ ଦେଇ ସକାଳ ୯ରୁ ସନ୍ଧ୍ୟା ୬ ମଧ୍ୟରେ କୌଣସି ଲୋକ ଚାଲିଚାଲି ଓ ବାଇକ୍‌ରେ ଯିବା ଆସିବା କରିପାରିବେ ନାହିଁ । କେବଳ  ଚାରିଚକିଆ ଗାଡ଼ି ଏହି ଗେଟ୍‌ ଦେଇ ଯାଆ ଆସ କରିପାରିବ । ମାତ୍ର ଏହି ନିୟମକୁ ଉଲ୍ଲଂଘନ କରି  ବିଧାୟକ ଚନ୍ଦ୍ରଶେଖର ମାଝି ତାଙ୍କ ସ୍କୁଟିରେ ଆଜି ଅପରାହ୍ନ ୨ଟା ସମୟରେ ସଚିବାଳୟ ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ । ମାତ୍ର ଚନ୍ଦ୍ରଶେଖର ବଳପୂର୍ବକ ସଚିବାଳୟ ଭିତରେ ପ୍ରବେଶ କରିବା ସହିତ ସୁରକ୍ଷା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେହି ସମୟରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଚନ୍ଦ୍ରଶେଖରଙ୍କୁ ସମର୍ଥନ କରି ସୁରକ୍ଷା କର୍ମୀଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏପରିକି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ଏନେଇ ବିଧାୟକ ଚନ୍ଦ୍ରଶେଖର ମାଝି ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୧ ନମ୍ବର ଗେଟ୍ ଦେଇ ନ ଯିବା ନିୟମ ସମ୍ପର୍କରେ ମୁଁ ଜାଣିନଥିଲି । ମୋତେ ଅଟକାଇବାରୁ ମୋ ସମ୍ମାନ ପ୍ରତି ଆଞ୍ଚ ଆସିଲା । ମୁଁ ଦୁର୍ବ୍ୟହାର କରିନାହିଁ । କଥା କଟାକଟି ହୋଇଥିଲା ।