Home ଖେଳ ସେଞ୍ଚୁରିୟାନ ଟେଷ୍ଟରେ ଅଶ୍ଵିନିଙ୍କୁ ୩ଟି ଓ୍ଵିକେଟ୍

ସେଞ୍ଚୁରିୟାନ ଟେଷ୍ଟରେ ଅଶ୍ଵିନିଙ୍କୁ ୩ଟି ଓ୍ଵିକେଟ୍

0

ଦକ୍ଷିଣ ଆଫ୍ରିକା ସେଞ୍ଚୁରିୟାନ ଟେଷ୍ଟରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା  ୬ ଓ୍ଵିକେଟ୍ ହରାଇ ୨୬୯ ରନ କରିଛି।  ଅଧିନାୟକ ଫାଫ ଡୁପ୍ଲେସିସ(୨୪) ଓ କେଶବ ମହାରାଜା(୧୦) କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନି ତିନୋଟି ଏବଂ  ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଘରୋଇ ଦଳ ପକ୍ଷରୁ ଏଡନ ମାର୍କରନ ସର୍ବାଧିକ ୯୪ ରନର ପାଳି ଖେଳିଛନ୍ତି। ଏହା ସହିତ ହାସିମ ଆମଲା ମଧ୍ୟ ୮୨ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଛନ୍ତି।

ପ୍ରଥମ ଦୁଇଟି ସେସନରେ ପଛରେ ପଡିଥିବା ଭାରତୀୟ ଦଳ ଦିନର ଶେଷ ସେସନରେ ପ୍ରତ୍ୟାବର୍ତ୍ତନ କରିଥିଲା।  ଏହି ସେସନରେ ଭାରତକୁ ଚାରୋଟି ଓ୍ଵିକେଟ୍ ମିଳିଥିଲା। ଏଥିରୁ ଦକ୍ଷିଣ ଆଫ୍ରିକାର ଦୁଇ ଜଣ ବ୍ୟାଟସମ୍ୟାନ ରନ ଆଉଟ୍ ହୋଇଥିଲେ।

ଚା ପାନ ବିରତି ପର୍ୟ୍ୟନ୍ତ ଘରୋଇ ଦଳ ଦୁଇଟି ଓ୍ଵିକେଟ୍ ହରାଇ  ୧୮୨ ନର ମଜଭୁତ ସ୍ଥିତିରେ ଥିଲା।  ମାତ୍ର ଏଡନ ମାର୍କରନ ନିଜର ଶତକରୁ ବଞ୍ଚିତ ହୋଇ ୯୪ ରନ କରି ଅଶ୍ଵିନିଙ୍କ ଶୀକାର ହୋଇଥିଲେ।

LEAVE A REPLY

Please enter your comment!
Please enter your name here