Home ଓଡିଶା ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ

ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ

କଟକ : ଆସନ୍ତା ସେପ୍ଟମ୍ବର ମାସ ୨୩ ତାରିଖରେ ରାଜ୍ୟର ବିଭିନ୍ନ କଲେଜଗୁଡ଼ିକରେ ଛାତ୍ର ସଂସଦ  ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ବିଜ୍ଞପ୍ତି ଅନୁଯାୟୀ, ନିର୍ବାଚନ ନେଇ ଆସନ୍ତା ସେପ୍ଟମ୍ବର ୧୫ ତାରିଖରେ କଲେଜଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିବେ । ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତା  ସେପ୍ଟେମ୍ବର ୧୬ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିପାରିବେ । ନାମାଙ୍କନପତ୍ର ଯାଞ୍ଚ ପରେ ୧୮ ତାରିଖରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ସହ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ  । ଏହାପରେ ୨୨ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ ଏବଂ ୨୩ ତାରିଖ ସକାଳ ୮ରୁ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ଏହାପରେ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା ମଧ୍ୟ ସେହିଦିନ କରାଯିବ । ନୂତନ ନିିର୍ବାଚିତ ସଦସ୍ୟମାନେ ୨୫ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।