Home Uncategorized ସେବାୟତମାନେ ମନଇଛା ଦରରେ ବିକ୍ରି କରିପାରିବେନି ଅବଢା ! ବିକିଲେ ନିଆଯିବ କାର୍ଯ୍ୟନୁଷ୍ଠାନ..

ସେବାୟତମାନେ ମନଇଛା ଦରରେ ବିକ୍ରି କରିପାରିବେନି ଅବଢା ! ବିକିଲେ ନିଆଯିବ କାର୍ଯ୍ୟନୁଷ୍ଠାନ..

0
ମନଇଛା ଦରରେ ବିକ୍ରି କରିପାରିବେନି ଅବଢା । ଶ୍ରୀମନ୍ଦିରର ସେବାୟତ ମାନେ ଆନନ୍ଦବଜାରରେ ବିକ୍ରି କରୁଥିବା ମହାପ୍ରସାଦ ଶ୍ରଦ୍ଧାଳଙ୍କୁ ଠାରୁ ମନଇଛା ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା । ଯାହାର ଏବେ ଅନ୍ତ ଘଟିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ଆନନ୍ଦ ବଜାର ଶୃଙ୍ଖଲା କମିଟିର ନିଷ୍ପତି ଅନୁଯାୟୀ ଦରର ତାଲିକା ଲାଗିଛି । ତେବେ ଯଦି କୈାଣସି ସୁଆର ସେବାୟତ ନିର୍ଦ୍ଧାରିତ ଦରଠାରୁ ଅଧିକ ମୂଲ୍ୟରେ ଅବଢା ବିକ୍ରି କଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ଅନ୍ୟପଟେ ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବି ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତି ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ତେବେ ଆଜି ସୁପ୍ରିମକୋର୍ଟ ଦେଇଥିବା ସଂସ୍କାର ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ୩ ଜଣ କମିଟି ସହ ଆଲୋଚନା କରିବେ ପ୍ରଶାସନ ଶଙ୍କରାଚାର୍ଯ୍ୟ । ସେ ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ଆସନ୍ତା ୨୪ ତାରିଖରେ ଆମିକସକ୍ୟୁରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିବେ । ସେପଟେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ । ଅନ୍ୟପଟେ କେଉଁ ପ୍ରସ୍ତାବକୁ ବିରୋଧ ହେଉଛି ଓ କାହିଁକି ବିରୋଧ ହେଉଛି ସେ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ଆମିକସକ୍ୟୁରୀ । ।