Home ଦେଶ ବିଦେଶ ସୋନିଆ ଗାନ୍ଧୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସୋନିଆ ଗାନ୍ଧୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି


ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲ୍‌ ପକ୍ଷରୁ ଜାରି ସ୍ବାସ୍ଥ୍ୟ ବୁଲେଟିନ୍‌ ଅନୁଯାୟୀ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ସୋନିଆ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

 

ହସ୍ପିଟାଲ୍‌ର ମ୍ୟାନେଜମେଣ୍ଟ୍‌ ବୋର୍ଡ ଅଧ୍ୟକ୍ଷ ଡ. ଡିଏସ୍‌ ରାଣା କହିଛନ୍ତି, ଆଜି ସନ୍ଧ୍ୟା ୭ଟାରେ ସୋନିଆ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଅଛି। କିଛି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯିବ । ତେବେ କଂଗ୍ରେସ ମୁଖ୍ୟ ସୋନିଆ ଗତ ଫେବ୍ରୁଆରିରେ ମଧ୍ୟ ପାକସ୍ଥଳିରେ ଯନ୍ତ୍ରଣା ପାଇଁ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |