Home ବାଣିଜ୍ୟ ସୋନୀ ପକ୍ଷରୁ ନୂଆ କ୍ୟାମେରା ଆରଏକ୍ସ୍-୧୦୦ଭିଆଇର ବଜାର ପ୍ରବେଶ

ସୋନୀ ପକ୍ଷରୁ ନୂଆ କ୍ୟାମେରା ଆରଏକ୍ସ୍-୧୦୦ଭିଆଇର ବଜାର ପ୍ରବେଶ

ନୂଆଦିଲ୍ଲୀ, ୫ ।୭: ଲୋକପ୍ରିୟ ସାଇବର ଶଟ୍ ଆର୍ଏକ୍ସ-୧୦୦ ସିରିଜ୍ କମ୍ପାକ୍ଟ କ୍ୟାମେରାର ସମ୍ପ୍ରସାରଣ କରିବା ପାଇଁ ସୋନୀ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ଆରଏକ୍ସ-୧୦୦ଭିଆଇ(ମଡେଲ ଡିସିଏସ୍-ଆରଏକ୍ସ-୧୦୦ଏମ୍-୬)ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅନନ୍ୟ ନବୀନତମ ଆର୍ଏକ୍ସ-୧୦୦ ମଡେଲ୍ର ନୂଆ ଆର୍ଏକ୍ସ-୧୦୦ଭିଆଇ କ୍ୟାମେରାରେ ହାଇ ମ୍ୟାଗ୍ନିଫିକେସନ ଜୁମ୍ ଲେନ୍ସ୍ ଜେଇସ୍ ଭାରିଓ-ସୋନଲର ଟି ୨୪-୨୦୦ମିମି ଏଫ୍-୨.୮-ଏଫ୍-୪.୫ ଲେନ୍ସ୍ ପ୍ୟାକ୍ ମଧ୍ୟରେ ରହିଛି । ଏହାର ଫାଷ୍ଟ ରେସପନ୍ସଭ୍ନେସ୍ ଏବଂ ହାଇ ଇମେଜ୍ କ୍ୱାଲିଟି ବୈଶିଷ୍ଟ୍ୟ ରହିଛି । ଯାହାକି ସୋନୀ ଆରଏକ୍ସ-୧୦୦ ଲାଇନ୍ ଅପ୍ର ହଲମାର୍କ ଭାବେ ବିବେଚିତ ହୋଇପାରିଛି । ଏଥିରେ ପ୍ରଭାବଶାଳୀ ଜୁମ୍, ଇମେଜ କ୍ୱାଲିଟି ଏବଂ ଉଭୟ ସ୍ଥିର ଚିତ୍ର ଏବଂ ଭିଡ଼ିଓ ନିର୍ମାଣ ଆଦି ବହୁବିଧ କ୍ଷେତ୍ରରେ ଦୈନଦିନ ଜୀବନ, ସିଟିସ୍କେପ୍, ପୋର୍ଟେଚର, ସ୍ପୋର୍ଟସ୍, ୱାଇଲ୍ଡଲାଇଫ୍ ଆଦି ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।