Home Uncategorized ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ କଲେ କେନ୍ଦ୍ରମନ୍ତ୍ରୀ : ବିଜୟ ଗୋୟେଲ

ସୋସିଆଲ ମିଡିଆରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ କଲେ କେନ୍ଦ୍ରମନ୍ତ୍ରୀ : ବିଜୟ ଗୋୟେଲ

0
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ  କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ସୋସିଆଲ ମିଡିଆରେ  ଭାଇରାଲ କରିଛନ୍ତି। ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଫେସବୁକ ଓ ଟୁଇଟରରେ ସେ ତିନୋଟି ଫଟୋ ଅପଲୋଡ଼୍ କରିଥିଲେ । ଏହି ଫଟୋ ଭିତରୁ ଦୁଇଟି ଫଟୋ ଲିଙ୍ଗରାଜ ମନ୍ଦିର ଗର୍ଭ ଗୃହର ଥିଲା । ମନ୍ତ୍ରୀ ଗୋୟେଲ ଭୁବନେଶ୍ୱର ଆସିଥିବା ବେଳେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ସେ ସମୟରେ ମନ୍ଦିର ବେଢା ଓ ଗର୍ଭ ଗୃହର ଫଟୋ ସେ ଉଠାଇ ନେଇଥିଲେ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯିବ ବୋଲି କୁହାଯାଇଛ। ଅପରପକ୍ଷରେ ଭାଜପା ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ହେବା ଉଚିତ ନୁହେଁ ବୋଲି କହିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଜାଣତରେ ଏଭଳି କରିଛନ୍ତି ବୋଲି ପୃଥ୍ବୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।  ଅପରପକ୍ଷରେ କଂଗ୍ରେସ ନେତା ସୁରେଶ ରାଉତରାୟ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ମୋଦି ବାହାର କରନ୍ତୁ ବୋଲି  ଦାବି କରିଛନ୍ତି।