Home ଓଡିଶା ସୌମେନ୍ଦ୍ରଙ୍କୁ ଆଗୁଆ ଜାମିନ୍

ସୌମେନ୍ଦ୍ରଙ୍କୁ ଆଗୁଆ ଜାମିନ୍

କଟକ-ଗ୍ୟାସ ସିଲିଣ୍ଡର  ଯୋଗାଣ ମାମଲାରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ର ପ୍ରଧାନଙ୍କୁ ଆଜି କଟକ ହାଇକୋର୍ଟରୁ ଆଗୁଆ ଜାମିନ୍ ମିଳିଛି  ।  ତଦନ୍ତରେ ସହଯୋଗ କରିବାକୁ ସୌମେନ୍ଦ୍ରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୌମେନ୍ଦ୍ର ତାଳଚେରର ପ୍ରଧାନ ଗ୍ୟାସ୍ ଏଜେନ୍ସିର ମାଲିକ । ଗ୍ୟାସ୍ ସିଲିଣ୍ଡର ଯୋଗାଣ ମାମଲାରେ ସୌମେନ୍ଦ୍ର ଅଭିଯୁକ୍ତ ଥିଲେ  । ଜାନୁଆରୀରେ ଭିଜିଲାନ୍ସ ସୌମେନ୍ଦ୍ରଙ୍କ ଗ୍ୟାସ୍ ଏଜେନ୍ସି ଉପରେ ଚଢାଉ କରିବା ପରେ ତାଙ୍କ ଉପରେ କେସ୍ ଦାଏର କରିଥିଲା  ।