Home Uncategorized ସ୍କୁଲ ଯିବାପାଇଁ ନାହିଁ ପୋଲ କି ରାସ୍ତା ! ଆଲୁମିନିୟମ ହଣ୍ଡାରେ ନଦୀ ପାର ହେଲେ...

ସ୍କୁଲ ଯିବାପାଇଁ ନାହିଁ ପୋଲ କି ରାସ୍ତା ! ଆଲୁମିନିୟମ ହଣ୍ଡାରେ ନଦୀ ପାର ହେଲେ ଛାତ୍ରଛାତ୍ରୀ..

0
ଆମ ଦେଶରେ ସରକାର ଶିକ୍ଷାର ମାନ ଓ ଗୁଣବତ୍ତା ସୁଧାରିବା ପାଇଁ ଚେଷ୍ଟା କରୁଥିବା ବେଲେ ଏକ ଅଭାବନୀୟ ଦୃଶ୍ୟ ଦେଖବାକୁ ମିଳିଛି । ଆସାମର ଏହି ଦୃଶ୍ୟ । ଯେଉଁ ଚିତ୍ର ଦେଖିଲେ ଆପଣ ମାନେ ଚକିତ ହୋଇପଡିବେ । ସତରେ କଣ ଏଭଳି ହୋଇପାେରେ । ଯାହାକୁ ଦେଖି ଆମ ଶିକ୍ଷା ବ୍ୟବସ୍ତା ଓ ସିଷ୍ଟମ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସାମ ରାଜ୍ୟର ବିଶ୍ୱନାଥ ଜିଲ୍ଲା ନାଦବାଦରେ ସ୍କୁଲ ଯିବା ପାଇଁ ପିଲାମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏଠାରେ ସ୍କୁଲ ଯିବା ପାଇଁ ନଦୀରେ ବ୍ରିଜ ନଥିବାରୁ ଛାତ୍ରଛାତ୍ରୀମାନେ ଆଲୁମିନିୟମ ହଣ୍ଡାରେ ନଦୀ ପାର ହେଉଛନ୍ତି । ଆଗରୁ ଏହି ପିଲାମାନେ କଦଳୀ ଗଛ ସାହାର୍ଯ୍ୟରେ ନଦୀପାର ହେଉଥିଲେ । ତେବେ ଏଠାକାର ପରିସ୍ତିତି କେବେ ସୁଧିରିବ, ନଦୀରେ ପୋଲ ଓ ରାସ୍ତା ନିର୍ମାଣ ହେବ ସେ ନେଇ କାହା ପାଖାରେ ଉତ୍ତର ନାହିଁ । ଯଦି ଏଭଳି ଲାଗିରହିବ ପରିସ୍ତିତି ପିଲାଙ୍କ ଭବିଷ୍ୟତ ସବୁବେଳେ ଅନ୍ଧାରରେ ରହିଯିବ ।