Home Uncategorized ସ୍ଥଗିତ ରହିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସ୍ଥଗିତ ରହିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0
ପୁରୀ : ରତ୍ନଭଣ୍ଡାର ଖୋଲାଯିବା ନେଇ ଆରମ୍ଭ ହୋଇଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏଭଳି ସୂଚନା ଦେଇଛନ୍ତି। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ ଯାହା କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର କେବେ ଖୋଲିବ ସେ ନେଇ ନିର୍ଦିଷ୍ଟ ତାରିଖ ମଧ୍ୟ ଧାର୍ଯ୍ୟ କରାଯିବ।କେବଳ ସେତିକି ନୁହେଁ, ରତ୍ନଭଣ୍ଡାର ସଂପର୍କରେ ବିଭିନ୍ନ ଗବେଷକ, ବିଶେଷଜ୍ଞ ବା ଗଣମାଧ୍ୟମରେ ଯେଉଁ କଳ୍ପନାପ୍ରସୂତ କାହାଣୀ ଉପସ୍ଥାପନ କରାଯାଉଛି, ସେଥିରୁ ସମସ୍ତେ କ୍ଷାନ୍ତ ହେବା ଲାଗି ନିବେଦନ କରିଛନ୍ତି ।