Home Uncategorized ହଟିଲା ଅବଢା ଦରର ତାଲିକା ! ଏ ବିଷୟରେ ଜାଣିନଥିବା କହିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ...

ହଟିଲା ଅବଢା ଦରର ତାଲିକା ! ଏ ବିଷୟରେ ଜାଣିନଥିବା କହିଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର..

0
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଓ ଆନନ୍ଦବଜାର ଶୃଙ୍ଖଳା କମିଟି ଦ୍ୱାରା ଲଗାଯାଇଥବା ଅବଢା ଦରର ତାଲିକା ହଟାଇ ଦିଆଯାଇଛି । ସୁଚନା ଅନୁଯାୀ ଶ୍ରୀମନ୍ଦିରର ସେବାୟତମାନେ ଆନନ୍ଦବଜାରରେ ଶ୍ରଦ୍ଧାଳଙ୍କ ଠାରୁ ଅବଢାର ଦାମ ଅଧିକ ନେଉଥିବା ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅବଢା ଦରର ତାଲିକା ଲଗାଯାଇଥିଲା । ଯେମିତି ଆଗକୁ ଆଉ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଠକାମିର ଶିକାର ନହେବେ ସେ ନେଇ ନିଆଯାଇ ଥିଲା ପଦକ୍ଷେପ । ହେଲେ ଏହି ତାଲିକାକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଏ ବାବଦରେ ମୁଁ ଜାଣିନାହିଁ । ତାହା ବି କହିଛନ୍ତି କିଏ ଏପରି ତାଲିକା ମାରିଛନ୍ତି ତାହା ଜାଣି ନହାଁନ୍ତି କିମ୍ବା ଏହି ଅବଢା ଦର ତାଲିକାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିନାହିଁ । ତେବେ ଆଜି ସକାଳେ କେହି ଆନନ୍ଦ ବଜାରରେ ଅବଢାର ତାଲିକା ମୂଲ୍ୟ ଲେଖାଥିବା ଏକ ତାଲିକା ମାରିଥଲେ । ସେପଟେ ପ୍ରଦୀପ କହିଛନ୍ତି ପରିଚାଳନା କମିଟିର ଦର ଧାର୍ଯ୍ୟ ହେବାପରେ ନୂଆ ଦର ତାଲିକା ଲାଗିବ । ୰