Home Uncategorized ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0
କଟକ: ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍‌ ଥିବାରୁ  ଏହାର ପ୍ରତିବାଦରେ ଆଜି ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଆଜି ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ହାଇକୋର୍ଟରେ ଅନୁମୋଦିତ ପଦବୀଠାରୁ ଜଜ୍‌ଙ୍କ ସଂଖ୍ୟା କମ୍ ରହିଛି । ୨୭ଟି ପଦବୀ ଥିବା ବେଳେ ଏବେ ୧୮ ଜଣ ଜଜ୍ ଅଛନ୍ତି । ଜଣେ ଜଜଙ୍କର ବଦଳି ହୋଇ ଯାଇଥିବାରୁ ଏବେ ୧୭ଜଣ ଜଜ୍‌ ଅଛନ୍ତି । ନିଯୁକ୍ତି ନ ଦେଇ ବଦଳି କରାଯାଉଥିବାରୁ ଏହାର ପ୍ରତିବାଦରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏଠାରେ ପ୍ରକାଶ ଥାଉ କି, ଗତକାଲି ଅପରାହ୍ନରେ ହାଇକୋର୍ଟ ଓକିଲମାନେ କାର୍ଯ୍ୟବନ୍ଦ କରିଥିଲେ ।