Home ଓଡିଶା ହୀରାକୁଦ ଡ୍ୟାମ୍‌ରେ ପୁଣି ଅଘଟଣ- ବାପ ଆଗରେ ଭାସିଗଲେ ଦୁଇପୁଅ

ହୀରାକୁଦ ଡ୍ୟାମ୍‌ରେ ପୁଣି ଅଘଟଣ- ବାପ ଆଗରେ ଭାସିଗଲେ ଦୁଇପୁଅ

ସମ୍ବଲପୁର- ଆଜି ସକାଳେ ସମ୍ବଲପୁର  ହୀରାକୁଦ ଡ୍ୟାମ୍‌ରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁର୍ଲା ଗୌତମ ବିହାର ଅଞ୍ଚଳର ଅଧ୍ୟାପକ  ସୁକାନ୍ତ ମିଶ୍ର ଆଜି ତାଙ୍କ ସାଙ୍ଗ କିଶୋର କୁମାର ହୋତା ତାଙ୍କ ଦୁଇ ପୁତୁରା ନୀତେଶ ଓ ସିତେଶ ହୋତାଙ୍କୁ ନେଇ ଜବାହାର ମୀନାର ନିକଟରେ ଥିବା  ଝାଙ୍କଆଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଆସିଥିଲେ। ଏହି ସମୟରେ ନୀତେଶ ଓ ସିତେଶ ପାଣିରେ ବୁଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ କିଶୋର ଓ ସୁକାନ୍ତ ଯାଇଥିଲେ। କିନ୍ତୁ ସୁକାନ୍ତ ମଧ୍ୟ ପାଣି ଭିତରେ ବୁଡି ଯାଇଥଲେ। ଅଗ୍ନିଶମ ବିଭାଗଯାଇ ପାଣିରୁ ତିନିଜଣଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରିଥଲେ। ମୃତ ସୁକାନ୍ତ ମିଶ୍ର ଲରମ୍ଭା କଲେଜର ଅଧ୍ୟାପକ ଥିଲେ। ପହଁରା ନଜାଣିଥିବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।