Home Uncategorized ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ ହେଲେ ଦଲାଇଲାମା

ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ ହେଲେ ଦଲାଇଲାମା

0
ଭୁବନେଶ୍ୱର: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ କିସ୍‌ ପକ୍ଷରୁ ସମ୍ମାନିତ କରାଯାଇଛି । ‘ହ୍ୟୁମାନିଟାରିଆନ୍ ପୁରସ୍କାର-୨୦୧୭’ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି ।  କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଲାଇଲାମାଙ୍କୁ ସମ୍ମାନିତ କରିଛନ୍ତି । ସୂଚନାଯୋଗ୍ୟ, ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲି ଦଲାଇଲାମା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ପାଛୋଟି ନିଆଯାଇଥିଲା । ଗଜପତି ଜିଲ୍ଲାର ଚନ୍ଦ୍ରଗିରିରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଗୁରୁଙ୍କୁ ସ୍ୱାଗତ କରିଥିଲେ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା ହୋଇଥିଲା । ପରେ ଏକ ସାମ୍ବାଦିକ ସମ୍ମଳନୀରେ ଦଲାଇଲାମା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ ।