Home Uncategorized ୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ଏୟାର ଇଣ୍ଡିଆ ବିମାନ

୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ଏୟାର ଇଣ୍ଡିଆ ବିମାନ

0
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ । ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ସିଧା ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଫଳରେ ଯାତ୍ରୀଙ୍କୁ ବିମାନ ବଦଳାଇବାକୁ ପଡିବ ନାହିଁ ଏବଂ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ପର୍ୟ୍ୟଟନ ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର  ୨୦୧୦ ଅକ୍ଟୋବର ୩୧ତାରିଖରେ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ପାଇଥିବା ବେଳେ ୨୦୧୭ ଏପ୍ରିଲ ୨୬ ତାରିଖରେ ପ୍ରଥମେ ଅନ୍ତର୍ଜାତୀୟ ବିମାନ ସେବା ଭାବରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ବିମାନ ଉଡାଣ ଭରିଥିଲା।