Home ଖେଳ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଭାରତ ଚାମ୍ପିୟନ

୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଭାରତ ଚାମ୍ପିୟନ

0

ନୁ୍ୟଜିଲାଣ୍ଡରେ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ରେ ଚାମ୍ପିୟନ୍‌ ହୋଇଥିବା ଭାରତୀୟ ଦଳ । ଏହି ବିଶ୍ୱକପ୍‌ରେ ଭାରତୀୟ ଦଳ ସମସ୍ତ ୫ଟି ଟାଇଜ୍‌ରେ ବିପୁଳ ବ୍ୟବଧାନରେ ବିଜୟ ଲାଭ କରି ଅପରାଜୟ ରହିଥିଲା । ଅଷ୍ଟ୍ରେଲିଆକୁ ୧୦୦ରନ୍‌ରେ, ପିଏନ୍‌ଜିକୁ ୧୦ୱିକେଟ୍‌ରେ, ଜିମ୍ବାେୱକୁ ୧୦ ୱିକେଟ୍‌ରେ, ବାଙ୍ଗାଦେଶକୁ ୧୩୧ରନ୍‌ରେ ଓ ପାକିସ୍ତାନକୁ ୨୦୩ରନ୍‌ରେ ପରାସ୍ତ କରିଥିଲା । ଫାଇନାଲରେ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି । ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୨୧୭ରନକୁ ପିଛା କରି ଭାରତ ମାତ୍ର ୨ ୱିକେଟ ହରାଇ ମନଜୋତ କାଲ୍‌ରାଙ୍କ ଅପରାଜିତ ଶତକ ବଳରେ ୩୮.୫ ଓଭରରେ ୨୨୦ରନ କରି ବିଜୟୀ ହୋଇଥିଲା । ଏହି ବିଜୟ ସହ ବିଶ୍ୱର ଏକମାତ୍ର ଟିମ ଭାବେ ୪ଥର ଚାମ୍ପିଆନ ହୋଇ ଇତିହାସ ରଚିଛି ପୃଥ୍ୱୀ ସ’ ନେତୃତ୍ୱାଧୀନ ଭାରତ ଟିମ୍‌ । ସିରିଜ୍‌ ସାରା ଚମତ୍କାର ପ୍ରଦର୍ଶନ କରିଥିବା ଶୁବମନ ଗିଲ ମ୍ୟାନ୍‌ ଅଫ୍‌ ଦ୍‌ ସିରିଜ୍‌ ଓ ଶତକୀୟ ଇନିଂସ ଖେଳିଥିବା ଓପନ୍‌ର ମନଜୋତ କାଲ୍‌ରା ମ୍ୟାନ୍‌ ଅଫ୍‌ ଦ୍‌ ମ୍ୟାଚ ବିବେଚିତ ହୋଇଥିଲେ । ଏହି ଲୋସ୍କୋରିଂ ମ୍ୟାଚରେ ଭାରତ ଆଗରେ ୨୧୭ରନ୍‌ ଟାର୍ଗେଟ ରହିଥିଲା । ଦୁଇ ଓପନ୍‌ର ପୃଥ୍ୱୀ ସ’ ଓ ମନଜୋତ ଭଲ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟରେ ୭୧ରନ୍‌ ଯୋଡିଥିଲେ । ଷ୍ଟାର ଓପନ୍‌ର ପୃଥ୍ୱୀ ସ’ ୪୧ ବଲରୁ ୪ ଚୌକା ବଳରେ ୨୯ରନ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ପରେ ପାଳି ସମ୍ଭାଳିବାକୁ ଆସିଥିଲେ ଶିବମନଗିଲ । ସିରିଜ ସାରା ଭଲ ପ୍ରଦର୍ଶନ କରିଥିବା ଗିଲ ଠାରେ ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହା ତ୍ତେ୍ୱ ସେ ଓପନ୍‌ ମନଜୋତଙ୍କ ସହ ୬୦ରନ୍‌ ଡିଥିଲେ । ଶୁବମନ ୩୦ ବଲରୁ ୪ ଚୌକା ଳରେ ୩୧ରନ କରି ଆଉଟ ହୋଇଥିଲେ । ପଟେ କିନ୍ତୁ ଓପନ୍‌ର ମନଜୋତ ଏଠାରେ ଏକ ମତ୍କାର ଇନିଂସ ଖେଳିଥିଲେ । ସେ ତୃତୀୟ କେଟରେ ହାର୍ଭିକ ଦେଶାଇଙ୍କ ସହ ଅବିଭାଜ୍ୟ ୯ରନ କରି ଦଳକୁ ଏହି ଐତିହାସିକ ବିଜୟ ଇଥିଲେ । ଫଳରେ ଭାରତ ୩୮.୫ ଓଭରରେ ୱିକେଟ ହରାଇ ୨୨୦ରନ କରି ବିଜୟୀ ଇଥିଲା ।

LEAVE A REPLY

Please enter your comment!
Please enter your name here