Home Uncategorized ୨୦୧୮-୧୯ ଆର୍ଥକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ : ଶଶିଭୂଷଣ ବେହେରା

୨୦୧୮-୧୯ ଆର୍ଥକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ : ଶଶିଭୂଷଣ ବେହେରା

0

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୃଷି ପାଇଁ ସରକାର ୧୬, ୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ କୃଷକ ବୀମା, ଫସଲ ବୀମା, କୃଷି ଯାନ୍ତ୍ରିକକରଣ ଉପରେ ପ୍ରାଥମିକତା ଦିଆଯାଇଛି । ଏହାଛଡ଼ା ବନ୍ୟା ନିୟନ୍ତ୍ରଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଜଳସେଚନର ବିକାଶ ପାଇଁ ଉଦ୍ଦିଷ୍ଟ ଗଙ୍ଗାଧର ଜଳସେଚନ ପ୍ରକଳ୍ପ ୧୨୪୭ କୋଟି ଓ ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ପାଇଁ ୬୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଫସଲ ବୀମା ପ୍ରିମିୟମ ଲାଗି ୪୦୦ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୫୦ କୋଟି ଟଙ୍କା ବରାଦ କରାଯାଇଛି ।

ବଜେଟ ୨୦୧୮-୧୯ ସଂପୂଣ୍ଣ ବିବରଣୀ 

 ୧୧୭୫ କିମି ସଡକ ପଥର ଉନ୍ନତିକରଣ ପାଇଁ ୪୨୬୫ କୋଟି ଟଙ୍କା

୧୧୭୫ କିମି ସଡକର ଉନ୍ନତିକରଣ ପାଇଁ ୪୨୬୫ କୋଟି ଟଙ୍କା ,ବିଜୁ ଏକ୍ସପ୍ରେସ ଯୋଜନାରେ  ୧୦୦ କୋଟି ଟଙ୍କାର ବ୍ୟୟ ବରାଦ ,ବିଜୁ ସେତୁ ଯୋଜନାରେ ୩୧୩ ଗୋଟି ନୂଆ ସେତୁ ନିର୍ମାଣ , ରାଜ୍ୟ ରାଜପଥର ଦୋହରିକରଣ ପାଇଁ  ୩୫୦କୋଟି ଟଙ୍କା , ରାସ୍ତା ଓ ସେତୁ ଗୁଡିକର ରକ୍ଷଣାବେକ୍ଷଣ ପାଇଁ  ୭୧୪ କୋଟି ଟଙ୍କା , ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ରାସ୍ତା ପାଇଁ ୪୦୦ କୋଟି ଟଙ୍କା I

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬ ହଜାର୧୬୦ କୋଟି

ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ଯୋଗାଣର ଅର୍ଥରାଶି ୩୦୪ କୋଟି ଟଙ୍କାକୁ ବୃଦ୍ଧି ,ସହାୟ ଯୋଜନାରେ ମାଗଣା ଡାଏଲିସିସ ଓ ନିଦାନ ଯୋଜନାରେ ମାଗଣା ରୋଗ ଚିହ୍ନଟ ,ରାଜ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ପାଇଁ ୭୧ କୋଟି ଟଙ୍କାର ବ୍ୟୟବରାଦ, ଉପକୃତ ହେବେ ୪ଲକ୍ଷ ବୀମାକାରୀ ,ସଡକ ଦୁର୍ଘଟଣାରେ ମୃତ୍ୟୁହାର ହ୍ରାସ ପାଇଁ  ”ଟ୍ରାଉମା କେଆର ସେଂଟର” ପ୍ରତିଷ୍ଠା କରାଯିବ I

  ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯,୬୭୮ କୋଟି

ସର୍ବଶିକ୍ଷା  ଅଭିଯାନ , ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ରାଷ୍ଟ୍ରୀୟ  ମାଧ୍ୟମିକ ଶିକ୍ଷା ଅଭିଯାନ ପାଇଁ ଯଥାକ୍ରମେ ୧ ହଜାର ୮୦୦ କୋଟି ଟଙ୍କା ,୮୦୮ କୋଟି ଏବଂ ୫୦୦ କୋଟି ଟଙ୍କା ପ୍ରଦାନ , ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ପାଇଁ  ୮୫କୋଟି ଟଙ୍କାର ସରକାରୀ ସହାୟତା  ପ୍ରଦାନ , ମାଦ୍ରାସାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ପ୍ରଦାନ ପାଇଁ ୩୦୯ କୋଟିର ବ୍ୟୟ ବରାଦ ହୋଇଛି ,ପଛୁଆ ବର୍ଗ,ସାମାଜିକ ଦୃଷ୍ଟିରୁ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଛାତ୍ରାବାସ ,ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତି ପାଇଁ ୧ ହଜାର ୩୭୫ କୋଟି ଟଙ୍କା I

 

LEAVE A REPLY

Please enter your comment!
Please enter your name here