Home Uncategorized ୨୦୧୯ ନିର୍ଵାଚନରେ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

୨୦୧୯ ନିର୍ଵାଚନରେ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ଵର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାରୁ ନିର୍ଵାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ଵରରେ  ଆୟୋଜିତ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ଓଡ଼ିଶା ଲିଟେଲାରି ଫେଷ୍ଟିଭାଲ ଯୋଗ ଦେବା ଅବସରରେ ଧର୍ମେନ୍ଦ୍ର ଏହା ଘୋଷଣା କରିଛନ୍ତି । ଧର୍ମେନ୍ଦ୍ର ୨୦୧୯ରେ ଲୋକସଭା କି ବିଧାନସଭା ଲଢ଼ିବେ ସେ ନେଇ କିଛି କହିନାହାନ୍ତି ।  କିନ୍ତୁ ତାଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ, ଧର୍ମେନ୍ଦ୍ର ୨୦୧୯ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ । କେଉଁଠି ଲଢ଼ିବି ଏବଂ କଣ ଲଢ଼ିବି ତାହା ପାର୍ଟି ସ୍ଥିର କରିବ ବୋଲି ଧମେନ୍ଦ୍ର କହିଛନ୍ତି ।
 
 
ଏଠାରେ ପ୍ରକାଶ ଥାଉ କି, ଧର୍ମେନ୍ଦ୍ର ଏବେ ବିହାର ରାଜ୍ୟସଭାରୁ ସାଂସଦ ହୋଇ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ଏବେ ସେ ରାଜ୍ୟ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । 

LEAVE A REPLY

Please enter your comment!
Please enter your name here