Home Uncategorized ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ

୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ସଚିବ

0

ଭୁବନେଶ୍ୱର:  ଚାଷୀଙ୍କ ପାଇଁ ତତ୍‌ପରତା ଦେଖାଇଛି ପ୍ରଶାସନ । ଚକଡା ପୋକ ଚିନ୍ତା ପରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ସଚିବ । ଜମିରେ ପୋକ ଲାଗି ଫସଲ ନଷ୍ଟ ହେବା ପ୍ରସଙ୍ଗରେ ଏହି ଚିଠି ଲେଖାଯାଇଛି । ୨୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ସଚିବ ସୌରଭ ଗର୍ଗ ।  ଅଧିକ କ୍ଷତି ନହେବା ଲାଗି ପଦକ୍ଷେପ ନେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ବି ପରାମର୍ଶ ଦିଆଯାଇଛି । ରୋଗପୋକରୁ ରକ୍ଷା ପାଇବା ପାଇଁ ରେଡିଓ ଓ ଖବରକାଗଜରେ ପ୍ରସାରଣ ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯିବା ସହ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ନୋଡାଲ ଅଫିସର ନିଯୁକ୍ତି କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଚିଠିରେ ପରାମର୍ଶ ଦିଆଯାଇଛି । 

LEAVE A REPLY

Please enter your comment!
Please enter your name here