Home ଓଡିଶା ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୧୬ ବର୍ଷ ପାଇଁ ଦିଆଯିବାକୁ ଥିବା ଏହି ପୁରସ୍କାରରେ ଚଳିତ ବର୍ଷ ୨୭ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ । ଜୀବନବ୍ୟାପୀ ସାଧନା ପାଇଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଶ୍ରୀ ଜୟଦେବ ପୁରସ୍କାର ଦିଆଯିବ । ୨୮ ବର୍ଷରେ ପ୍ରଥମଥର ପାଇଁ ଜଣେ ସଙ୍ଗୀତଜ୍ଞ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ‘ଚିନି’କୁ ଶେଷ୍ଠ ଚଳଚ୍ଚିତ୍ରଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ । ଶ୍ରେଷ୍ଠ ଅଭିନେତା ଭାବେ ସମରେଶ ରାଉତରାୟ, ଶ୍ରେଷ୍ଠ ଅଭିନେତ୍ରୀ ଲିପି ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅଜୟ ରଥ ପୁରସ୍କୃତ ହେବେ । ସେହିପରି ୫ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ ହେବା ନେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।