Home Uncategorized ୩ ପଞ୍ଚାୟତର ୨୩ ପ୍ରକଳ୍ପ ପାଇଁ ୧କୋଟି ୧୫ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ...

୩ ପଞ୍ଚାୟତର ୨୩ ପ୍ରକଳ୍ପ ପାଇଁ ୧କୋଟି ୧୫ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
‘ ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପଞ୍ଚାୟତର ଅଧିବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଗୁଡିକ ହେଲା ଝାରସୁଗୁଡ଼ାର ଦୁର୍ଲଗା, ବଲାଙ୍ଗିରର ଟିକ୍ରପଡ଼ା ଏବଂ ଅନୁଗୋଳର ବଡ଼କେରା। ଏହି ୩ ପଞ୍ଚାୟତରେ ଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ୨୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୧କୋଟି ୧୫ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ଉକ୍ତ ପଞ୍ଚାୟତଗୁଡ଼ିକରେ ବିଭିନ୍ନ ସୁବିଧା ସୁଯୋଗ ପହଞ୍ଚାଇବାରେ ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।