Home Uncategorized ୪ ବରିଷ୍ଠ ନେତାଙ୍କ ଏଆଇସିସି ତାଲିକାରୁ ବାଦ

୪ ବରିଷ୍ଠ ନେତାଙ୍କ ଏଆଇସିସି ତାଲିକାରୁ ବାଦ

0

ଆଜି ଓଡିଶା ପାଇଁ ଏଆଇସିସିର ୭୮ ଜଣିଆ ସଭ୍ୟ ତାକିଲା ପ୍ରକାଶ ପାଇଛି । ଏହି ତାଲିକାରେ ସମସ୍ତ ପୂର୍ବତନ ପିସିସି ସଭାପତିଙ୍କୁ ସାମିଲ କରାଯାଇଥିବା ବେଳେ ପିସିସି ସଭାପତିଙ୍କୁ ବିରୋଧ କରୁଥିବା ୪ ବରିଷ୍ଠ ନେତାଙ୍କ ନାମକୁ ବାଦ୍‌ ଦିଆଯାଇଛି । ଏହା ସହିତ ମୋଟ ୯ ଜଣ ବିଧାୟକଙ୍କୁ ଏଆଇସିସି ତାଲିକାରେ ସାମିଲ କରାଯାଇ ନାହିଁ । ତାରା ପ୍ରସାଦ ବାହିନୀପତି, ଯୋଗେଶ ସିଂହ, ଅନନ୍ତ ସେଠୀ ଓ ପ୍ରଫୁଲ୍ଲ ମାଝିଙ୍କୁ ରଖାଯାଇ ନାହିଁ । କିନ୍ତୁ ତାରା ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଏଆଇସିସି ସଦସ୍ୟ ତାଲିକାରେ ରହିଛନ୍ତି । ପିସିସି ନେତୃତ୍ୱ ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ପରେ ତାରା, ଯୋଗେଶ, ଅନନ୍ତ ଓ ପ୍ରଫୁଲ୍ଲଙ୍କୁ ଏଆଇସିସି ସଭ୍ୟ ତାଲିକାରୁ ବାଦ ଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି

LEAVE A REPLY

Please enter your comment!
Please enter your name here