Home ଦେଶ ବିଦେଶ ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

0
ନୂଆଦିଲ୍ଲୀ:  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ।   ଆସାମ, ମେଘାଳୟ, ବିହାର,ତାମିଲନାଡୁ ଓ ଅରୁଣାଚଳ ପ୍ରଦେଶରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିହାରର ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ବ୍ରିଗ୍ରେଡିୟ ଡା. ବି ଡି ମିଶ୍ରଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଆସାମର ରାଜ୍ୟପାଳ ଭାବେ ପ୍ରଫେସର ଜଗଦୀଶ ମୁଖୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ବେଳେ ତାମିଲନାଡୁର ରାଜ୍ୟପାଳ ଭାବେ ବନଓ୍ଵାରୀଲାଲ ପୁରୋହିତଙ୍କୁ ନିଯୁକ୍ତି ଦିଆଯାଇଛି । ଗଙ୍ଗାପ୍ରସାଦଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।  ଆଣ୍ଡାମାନ ନିକୋବରର ଲେଫ୍ଟନାଣ୍ଟ ଗଭର୍ନର ଭାବେ ଦେବେନ୍ଦ୍ର କୁମାର ଯୋଶୀଙ୍କୁ ନିଯୁକ୍ତି ଦିଆଯାଇଛି ।