Home ବାଣିଜ୍ୟ ୫୬୧ ଅଙ୍କ ହ୍ରାସ ସହିତ ବନ୍ଦ ହେଲା ସେୟାର ବଜାର

୫୬୧ ଅଙ୍କ ହ୍ରାସ ସହିତ ବନ୍ଦ ହେଲା ସେୟାର ବଜାର

0

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ସମୀକ୍ଷା ବୈଠକରେ ସୁଧ ଦର ହ୍ରାସକୁ ନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯାଇପାରେ।  ଏହା ପୂର୍ବରୁ ମଙ୍ଗଳବାର ସନସେକ୍ସ ୫୬୧ ଅଙ୍କ ହ୍ରାସ ପାଇ ୩୪,୧୯୫.୯୪ ଅଙ୍କରେ ବନ୍ଦ ରହିଛି। ଏହି ପରି ନିଫଟି ୧୬୮.୩୦ ଅଙ୍କ ହ୍ରାସ ପାଇ ୧୦,୪୯୮.୨୫ ଅଙ୍କ ସ୍ତରରେ ବନ୍ଦ ହୋଇଛି।

କାରବାର ଶେଷ ହେବା ପର୍ୟ୍ୟନ୍ତ ବ୍ୟାଙ୍କିଂ ଏବଂ ଟେଲିକମ ସେକ୍ଟରରେ ବୃଦ୍ଧି ଦେଖିବାକୁ ମିଳିଥିଲା।  କାରବାର ବନ୍ଦ ହେବା ସମୟରେ ଆଇସିଆଇସିଆଇ ବ୍ୟାଙ୍କ, ଟାଟା ଷ୍ଟିଲ ଏବଂ ବଜାଜ ଫାଇନାନ୍ସର ସେୟାରରେ ବୃଦ୍ଧି ଦେଖିବାକୁ ମଧ୍ୟ ମିଳିଛି। ଆମେରିକା ସେୟାର ବଜାରରେ ଉଦବେଗଜନ ଭାବେ  ହୋଇଥିବା ହ୍ରାସ ଯୋଗୁଁ କାରବାର ସପ୍ତାହର ଦ୍ଵିତୀୟ ଦିନରେ ଭାରତୀୟ  ସେୟାର ବଜାରେ ଏହି ହ୍ରାସ ଦେଖିବାକୁ ମିଳିଛି। ଆମେରିକା ବଜାରରେ ଡାଉ ଜୋନ୍ସ ୬ ବର୍ଷ ପରେ ବଡ଼ ହ୍ରାସ ସହିତ ବନ୍ଦ ହେବାର ପ୍ରଭାବ ସେଠାକାର ଘରୋଇ ସେୟାର  ବଜାର ଉପରେ ମଧ୍ୟ ପଡ଼ିଛି।

ଉଲ୍ଲେଖଯୋଗ୍ୟ ମଙ୍ଗଳବାର ସେୟାର ବଜାରରେ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି।  ଆଜି ୧୨୭୪ ଅଙ୍କ  ହ୍ରାସ ସହିତ ସେନସେକ୍ସ ୩୩୪୮୨.୮୧ରୁ କାରବାର ଆରମ୍ଭ ହୋଇଥିଲା। ଏହିପରି ନିଫଟି  ୩୯୦ ଅଙ୍କ ହ୍ରାସ ସହିତ ୧୦,୨୭୬.୩୦ରୁ ଖୋଲିଥିଲା।  ଏହା ଦ୍ଵାରା ସେନସେକ୍ସରେ କାରବାର କରୁଥିବା ସମସ୍ତ ସେୟାର ରେଡ୍ ଜୋନକୁ ଚାଲି ଆସିଛି।

LEAVE A REPLY

Please enter your comment!
Please enter your name here