Home ମନୋରଞ୍ଜନ ୮ ମିନିଟର କ୍ଲାଇମାକ୍ସ ସିନ୍ ପାଇଁ ୫୪ କୋଟି ।

୮ ମିନିଟର କ୍ଲାଇମାକ୍ସ ସିନ୍ ପାଇଁ ୫୪ କୋଟି ।

0
ଆଜି କାଲିର ଡିମାଣ୍ଡକୁ ଆଖିରେ ରଖି ଫିଲ୍ମ ନିର୍ମାତା ମାନେ ମଧ୍ୟ ବହୁତ ବଡ ବଡ ପ୍ରୋଜେକ୍ଟର ଫିଲ୍ମ ତିଆରି କରୁଛନ୍ତି ।ତେବେ ମାତ୍ର ୮ମିନିତର ସିନ୍ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚକରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସାଉଥରେ ସେହିପରି ଏକ ଫିଲର୍ମ ନିର୍ମାଣ ହେଉଛି ରେଯଉଁଥିରେ କି ୮ ମିନିଟର ଏକ ସିନ୍ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମର ନାଁ ରହିଛି ‘ସୟେ ରା ନରସିଂହ ରେଡ୍ଡୀ’। ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ସୁରେନ୍ଦ୍ର ରେଡ୍ଡୀ ଏହି ଫିଲ୍ମରେ ସାଉଥ୍ ସୁପର୍ଷ୍ଟାର ଚିରଞ୍ଜୀବି ଅଭିନୟ କରୁଛନ୍ତି , ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଚିରଞ୍ଜୀବିଙ୍କ ପୁଅ ରାମଚରଣ। ପୁରା ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ରହିଥିବା ବେଳେ କେବଳସେହି ୮ ମିନିଟର କ୍ଲାଇମାକ୍ସରେ ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୪ କୋଟି । ତେବେ ଏହା ଏକ ଯୁଦ୍ଧ ସିନ୍ଏବଂ ଏହି ସିନ୍ ଜର୍ଜିଆରେ ସୁଟିଂ ହୋଇଛି। ସେଥିପାଇଁ ଭାରତରୁ ୧୫୦ ଲୋକଙ୍କୁ ସେଠାକୁ ନିଆଯାଇଥିଲା। ସବୁ କଷ୍ଟ୍ୟୁମ୍ ଭାରତରୁ ନିଆଯାଇଥିଲା। ତା’ସହିତ ସେଠାକାର ୬୦୦ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା।