Home Uncategorized ‍ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଏସ୍‌ସିବି ସ୍ଥାନାନ୍ତର

‍ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଏସ୍‌ସିବି ସ୍ଥାନାନ୍ତର

0

କଟକ: ସିସୋର ଚିଟଫଣ୍ଡ ମାମଲାରେ ଗିରଫ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି କ୍ୟାପିଟାଲ ହସ୍‌ପିଟାଲରୁ କଟକ ଏସ୍‌ସିବିକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ସ୍ଥାନାନ୍ତର କରାଯାଇଛି  ।   ପ୍ରଭାତଙ୍କ ଅଣ୍ଟା ଓ ପେଟରେ ସମସ୍ୟା ରହିଛି ବୋଲି ସୂଚନା ମିଳିଛି । ୪ ଜଣିଆ ଡାକ୍ତରୀ ଟିମଙ୍କ ପରାମର୍ଶ କ୍ରମେ ପ୍ରଭାତ ବିଶ୍ୱାଳଙ୍କୁ କଟକ ନିଆଯାଇଛି । ଏସ୍‌ସିବିରେ ନ୍ୟୁରୋଲୋଜି ଓ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ପ୍ରଭାତଙ୍କ ଚିକିତ୍ସା ଚାଲିବ ବୋଲି ସୂଚନା ମିଳିଛି ।  କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଏନେଇ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ସିସୋର ଠକେଇ ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ତାଙ୍କୁ ଚିକିତ୍ସା କରିବାକୁ କ୍ୟାପିଟାଲ ହସ୍ପିଟାଲର ଏକ ୪ ଜଣିଆ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି । ଏହି ଦଳରେ ହୃଦ୍ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ ଜଣ ଡାକ୍ତର ଅଛନ୍ତି ।  ତେବେ ପ୍ରଭାତଙ୍କ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହେଉଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here