Home ଦେଶ ବିଦେଶ ୧୧ରେ ଶପଥନେବେ ଇମ୍ରାନ

୧୧ରେ ଶପଥନେବେ ଇମ୍ରାନ

ଇସଲାମାବାଦ: ଆସନ୍ତା ୧୧ ତାରିଖରେ ଇମ୍ରାନ ଖାନ୍ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ଯାଉଛନ୍ତି । ନିଜେ ଇମ୍ରାନ ଏହି ତଥ୍ୟ ପ୍ରଦାନ କରିଥିଲେ । ସେ କହିଥିଲେଯେ, କ୍ଷେବର ପଖତୁନଖାୱା ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଘୋଷଣା କରାଯିବ । ଦେଶର ବିଭିନ୍ନ ଅଞ୍ଚଳରୁ ଦାରିଦ୍ର ଦୂର କରିବା ତାଙ୍କର ପ୍ରଥମିକ କର୍ତ୍ତବ୍ୟ ବୋଲି ଇମ୍ରାନ କହିଥିଲେ । ଗତ ୨୫ ତାରିଖରେ ହୋଇଥିବା ନିର୍ବାଚନରେ ଇମ୍ରାନଙ୍କ ଦଳ ପାକିସ୍ତାନ ତହରିକ ଏ ଇନ୍ସାଫ୍ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ସରକାର ଗଢିବା ପାଇଁ ୧୩୭ ସିଟ୍ ଆବଶ୍ୟକ ରହିଥିବା ବେଳେ ଇମ୍ରାନଙ୍କ ଦଳକୁ ୧୧୬ ସିଟ୍ ମିଳିଥିଲା । ତେଣୁ ତାଙ୍କ ଦଳ ନିର୍ଦଳୀୟ ପ୍ରାର୍ଥୀଙ୍କ ସହ ଆଲୋଚନା ଜାରି ରଖିଛି ।