Home ଦେଶ ବିଦେଶ ୧୨ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିପାରେ ବ୍ୟାଙ୍କକ୍‍ !

୧୨ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିପାରେ ବ୍ୟାଙ୍କକ୍‍ !

ବ୍ୟାଙ୍କକ୍‍ : ଜୟବାୟୁ ପରିବର୍ତ୍ତନର କୁପ୍ରଭାବ ଧୀରେ ଧୀରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି। ଏବେ ଜୟବାୟୁ ପରିବର୍ତ୍ତନ ଏକ ଜଣାଶୁଣା ଶବ୍ଦରେ ପରିଣତ ହୋଇଛି। ବିଶ୍ୱ ଏଥିରେ ପୀଡ଼ିତ ପରିଲକ୍ଷିତ ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ଆଉ ୧୨ ବର୍ଷ ମଧ୍ୟରେ ସମୁଦ୍ରରେ ଲୀନ ହୋଇଯିବ ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରେ ପ୍ରକାଶ ପାଇଛି। ସୂଚନା ଅନୁସାରେ ତାପମାନ ବୃଦ୍ଧି ଯୋଗୁଁ ବିଭିନ୍ନ ସ୍ଥାନରେ ଜମି ରହିଥିବା ବଡ଼ ବଡ଼ ବରଫ ଖଣ୍ଡ ତରଳିବାରେ ଲାଗିଛି। ଫଳରେ ଦ୍ରୁତ୍‍ ଗତିରେ ସମୁଦ୍ରର ଜଳସ୍ତର ବଢୁଛି । ଯଦି ଏହି ସ୍ତରରେ ସମୁଦ୍ରର ଜଳସ୍ତର ବଢି ଚାଲିଥିବ ତେବେ ଆସନ୍ତା ୧୨ରୁ ୧୩ ବର୍ଷ ମଧ୍ୟରେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‍ ସୁମଦ୍ରରେ ବୁଡ଼ି ଯିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାନ ବୃଦ୍ଧି ପାଉଛି, ଘୂର୍ଣ୍ଣିଝଡ଼, ଲଘୁଚାପ ଜନିତ ପ୍ରବଳ ବର୍ଷା, ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପ୍ରତି ବର୍ଷ ବ୍ୟାଙ୍କକ୍‍ ୨ ସେଣ୍ଟିମଟର ଲେଖାଏଁ ବୁଡ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ସ୍ଥିତି ବିପଦ୍‍ଜନକ ହେବ ଓ ସମୁଦ୍ର ଏହାର ଏକ ବଡ଼ ଅଂଶକୁ ବୁଡ଼ାଇ ଦେବ। ସେହିପରି ଇଣ୍ଡୋନେସିଆ ରାଜଧାନୀ ଜାକାର୍ତା ଏବଂ ମନିଲା ପାଇଁ ବିପଦର ଘଣ୍ଟି ବାଜୁଛି। ଆଗାମୀ ଦିନରେ ଏହି ଦୁଇ ସହର ମଧ୍ୟ ସମୁଦ୍ର ଗର୍ଭକୁ ଚାଲିଯିବେ ବୋଲି ଆଶଙ୍କା କରାଯାଉଛି।