Home Uncategorized ୧୨,୭୬୮ କୋଟିର ଅତିରିକ୍ତ ବ୍ୟୟ ବରାଦକୁ ଅନୁମୋଦନ

୧୨,୭୬୮ କୋଟିର ଅତିରିକ୍ତ ବ୍ୟୟ ବରାଦକୁ ଅନୁମୋଦନ

ଭୁବନେଶ୍ୱର  : ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ପ୍ରାୟ ୧୨,୭୬୮ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍କୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ ମିଳିଛି । ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍ର ରୂପରେଖ ଓ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖରେ ବିଧାନସଭାର ବର୍ଷାକାଳୀନ ଅଧିବେଶନ ପ୍ରଥମ ଦିବସରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ । ୨୦୧୭-୧୮ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ୍ ପରିମାଣ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୧୮-୧୯ରେ ଏହି ପରିମାଣ ବୃଦ୍ଧି ପାଇ ୧୨,୭୬୮ କୋଟିରେ ପହଞ୍ôଚଥିବା ଜଣାପଡିଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରତିବର୍ଷ ସାଧାରଣ ବଜେଟ୍ ପରିମାଣ ଏବଂ ଅତିରିକ୍ତ ବଜେଟ୍ ପରିମାଣ ବୃଦ୍ଧି ପାଇଛି । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଲାଗି ଅତିରିକ୍ତ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କେନ୍ଦ୍ରୀୟ ଯୋଜନା ପାଇଁ ରାଜ୍ୟର ଅଂଶବାବଦ ଅର୍ଥ ବ୍ୟବସ୍ଥା କରାଯିବା ସହିତ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଏବଂ ନୂଆ ନୂଆ ଯୋଜନା ପାଇଁ ମଧ୍ୟ ଅତିରିକ୍ତ ବଜେଟ୍ରେ ଅର୍ଥ ବିକାଶ କରାଯାଇଛି । ବିଶେଷକରି ଏହି ବଜେଟ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ ଶହ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨୨୦ କୋଟି ଟଙ୍କା ଅତିରିକ୍ତ ବଜେଟ୍ରେ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଆଶାକର୍ମୀଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସାମାଜିକ ସୁରକ୍ଷା, କୃଷି, ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ର ପାଇଁ ଅତିରିକ୍ତ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ତେବେ ଏହି ବୈଠକ ନିର୍ଦ୍ଧାରିତ ସମୟର ୮ ମିନିଟ୍ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା ।