Home ଓଡିଶା ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

0
ଭୁବନେଶ୍ୱର: ଜେଲ୍‌ରୁ ମୁକୁଳିଳେ ନିଲମ୍ବିତ ଆଇଏଏସ୍ ବିଜୟ କେତନ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଝାରପଡା ଜେଲ୍‌ରୁ ମୁକୁଳିଛନ୍ତି । ସୋମବାର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଜେଲ୍‌ରୁ ବାହାରିବା ପରେ ବିଜୟ କେତନ କହିଛନ୍ତି, ଅଦାଲତରେ ମାମଲା ବିଚାରଧୀନ ରହିଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ବିଜୟ କେତନଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ତାଙ୍କ ପତ୍ନୀ ଲାଂଚ ନେବା ଅଭିଯୋଗକୁ ଖଣ୍ଡନ କରିଥିଲେ । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଗତ ୧୪ ତାରିଖ ଦିନ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗିରଫ ପରେ ତାଙ୍କୁ ଭିଜିଲାନ୍ସ ୬ ଦିନ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ସରିବା ପରେ ବିଜୟ କେତନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ତେବେ ଆଜି ହାଇକୋର୍ଟ ବିଜୟ କେତନଙ୍କ ଜାମିନ ମଂଜୁର କରିଛନ୍ତି । ଏହାପରେ ସେ ଜେଲ୍‌ରୁ ମୁକୁଳିଛନ୍ତି ।