Home ଦେଶ ବିଦେଶ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲା ! ଏଣିକି ଅଦାଲତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ ସିଧାପ୍ରସାରଣ...

ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲା ! ଏଣିକି ଅଦାଲତର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ ସିଧାପ୍ରସାରଣ ..

0
ଆଜି ସୁପ୍ରିମକୋର୍ଟ ଅନୁମତି ଦେଲେ ଏଣିକି ଗୁରୁତ୍ୱପୂର୍ଣ୍ଣ ଅଦାଲତର କାର୍ଯ୍ୟ ହେବ ସିଧାପ୍ରସାରଣ । ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।ଏହି ପକ୍ରିୟା ସୁପ୍ରିମକୋର୍ଟରୁ ଆରମ୍ଭ କରାଯିବ । ସେପଟେ ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ ବୋଲି ସର୍ବୋଚ୍ଚ କୋର୍ଟ କହିଚନ୍ତି । ଲାଇଭ ଷ୍ରିମିଙ୍ଗ ହେବା ଦ୍ୱାରା ନ୍ୟାୟପାଳିକାରେ ଉତରଦାୟିତ୍ୱ ବଢିବ । ଏହି ଲାଇଭ ଷ୍ରିମିଙ୍ଗ ହେଲେ କୋର୍ଟ କାମରେ ପାରିଦର୍ଶିତା ଆସିବା ସହ ଜନ କଲ୍ୟାଣ ହୋଇ ପାରିବ । ଅନ୍ୟପଟେ ଏହି ମାମଲାକୁ ନେଇ ପୂର୍ବରୁ କେନ୍ଦ୍ରଠାରୁ ଜବାବ ତଲବ କରିଥିଲେ । ତେବେ କେନ୍ଦ୍ର ସରକାର ଏହାର ଜବାବ ଦେଇଥିଲେ , ଟ୍ରାଏଲ ବେସିସରେ ଏହାକୁ କରାଯାଇ ଏହାକୁ ପ୍ରାଇଭେଟ ବେସିସରେ କରାଯାଇପାରେ ।ତାପରେ ଏହାକୁ ନିର୍ଣ୍ଣୟ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଲାଇଭ ଷ୍ରିମିଙ୍ଗ ପାଇଁ ସୁପ୍ରିକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ତେବେ ସେ ଏଥିରେ ଅନୁରୋଧ କରିଥିଲେ ଯେ , ରାଷ୍ଟ୍ରିୟ ଓ ସାମ୍ବିଧାନିକ ଦୃଷ୍ଟିରୁ ଗୁରୁତ୍ୱ ରଖୁଥିବା ମାମଲାର ଭିଡିଓ ରେକର୍ଡଂ କରାଯିବ ସହିତ ସିଧାପ୍ରସାରଣ କରାଯିବା ଦରକାର ।