Home ବାଣିଜ୍ୟ କଂଟାକ୍ଟ କାର୍ଡ ଷ୍ଟୋରର ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରୁଛି

କଂଟାକ୍ଟ କାର୍ଡ ଷ୍ଟୋରର ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇପାରୁଛି

ନୂଆଦିଲ୍ଲୀ: ଭାରତରେ ଇଂଟରନେଟ୍, ଇ-କମର୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ଥାନୀୟ ତେଜରାତି ଦୋକାନ ଏବଂ ଛୋଟ ରିଟେଲରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିପାଇବାରେ ଲାଗିଛି । ଅଧିକ ସଂଖ୍ୟକ ଭାରତୀୟ ଅନ୍ ଲାଇନ୍ ଶପିଂକୁ ପସନ୍ଦ କରୁଥିବାବେଳେ ସିଧାସଳଖ କାରବାର ହେଉଥିବା ଦୋକାନର ଚାହିଦା କମିବାରେ ଲାଗିଛି । ଗ୍ରାହକ ଚିନ୍ତାମୁକ୍ତ କାରବାର ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଆମେରିକାର ଟୋକ୍ନୋଲୋଜି କମ୍ପାନୀ ଆଡେନ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ୭୯ ପ୍ରତିଶତ ଲୋକ ଦୋକାନ ଆଗରେ ଲାଗିଥିବା ଲମ୍ବା ଲାଇନ୍ ଯୋଗୁ ଦୋକାନ କାରବାର କରିବାକୁ ପଛାଉଛନ୍ତି । ସେହିପରି କ୍ୟାସ୍ ପେମେଂଟରେ ହାରାହାରି ୧୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥାଏ । ଅଧିକ ଟଙ୍କାର କିଣାବିକା ସମୟରେ ବହୁତ ସମୟ ଲାଗୁଛି । ଦେଶର ବିଭିନ୍ନ ସ୍ଥାନରେ ୩୦ ଲକ୍ଷରୁ ଅଧିକ ପିଓଏସ୍ ଡିଭାଇସ୍ ସ୍ଥାପିତ ହୋଇଛି । ଏହାଦ୍ୱାରା କେବଳ କାର୍ଡ ସ୍ୱାଇପ୍ କରି ୨,୦୦୦ଟଙ୍କା ପର୍ଯ୍ୟନ୍ତ କାରବାର ସହଜରେ ସମନ୍ନ ହୋଇପାରିଥାଏ । ଏହାଦ୍ୱାରା ଅପେକ୍ଷା କରିବାକୁ ପଡ଼ି ନ ଥାଏ । କ୍ୟାସ କାଉଂଟର କଂଟାକ୍ଟ ଲେସ୍ ହୋଇଥାଏ । ଏହା ଗ୍ରାହକଙ୍କ ଶପିଂ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରିଥାଏ । ଅବସରରେ ଭିସା ଗ୍ରୁପ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ କଂଟ୍ରି ମ୍ୟାନେଜର ଶ୍ରୀ ଟି.ଆର୍. ରାମଚନ୍ଦ୍ରନ କହିଲେ, “ଏହା ଦ୍ୱାରା ପେମେଂଟ ପ୍ରଣାଳୀ ଦ୍ରୁତ ହେବା ସହିତ ପେମେଂଟ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁଛି । ଏହା ଯୋଗୁ ଅଷ୍ଟ୍ରେଲିଆରେ ୪୧ ପ୍ରତିଶତ ବିକ୍ରି ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟ ମାଧ୍ୟମରେ ୬୮ ପ୍ରତିଶତ ଗ୍ରାହକ ଉପକୃତ ହୋଇପାରୁଛନ୍ତି ।” ଗତ କିଛି ବର୍ଷ ଧରି ଦେଶରେ କ୍ୟାସ୍ ଲେସ୍ ଅର୍ଥନୀତି ଜାରି ରହିଥିବାବେଳେ ଧୀରେଧୀରେ ଗ୍ରାହକ ପେମେଂଟ ବ୍ୟବସ୍ଥାରେ ଏହାର ବ୍ୟବହାର କରୁଛନ୍ତି । ଫଳରେ କାଉଂଟର ଆଗରେ ଅଧିକ ସମୟ ଧରି ଲାଇନ୍ରେ ରହିବାର କୌଣସି ଆବଶ୍ୟକତା ରହୁନାହିଁ । ତେଣୁ ଅଧିକରୁ ଅଧିକ ଲୋକ ଏବେ ଏହାକୁ ପସନ୍ଦ କରୁଛନ୍ତି । ଇତିମଧ୍ୟରେ ଭାରତରେ ବ୍ୟବହୃତ ହେଉଥିବା ୯୬୩ ନିୟୁତ ପେମେଂଟ୍ କାର୍ଡ ମଧ୍ୟରୁ ୧୫ ନିୟୁତ କଂଟାକ୍ଟ ଲେସ୍ ହୋଇପାରିଛି । ଅର୍ଥମନ୍ତ୍ରୀ କଂଟାକ୍ଟ ଲେସ୍ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ବ୍ୟବହାର ପାଇଁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଶ୍ରୀଘ୍ର ଏହାର ଇସ୍ୟୁ ପାଇଁ ସୂଚିତ କରିଛନ୍ତି । ଏହାର ସକାରାତ୍ମକ ପ୍ରଭାବ ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ତ ।ଉପରେ ପଡ଼ିବା ସହିତ ଏହି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହୋଇପାରିବ । ସୂଚନାଯୋଗ୍ୟ, ଭିସା କ୍ୟାସ୍ ଲେସ୍ କାରବାର କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ଏକ ସେକେଣ୍ଡରେ ୬୫,୦୦୦ କାରବାର ମ୍ୟାସେଜ୍ ସଂଗୃହୀତ କରିପାରିଥାଏ ।