Home Uncategorized ନିୟମକୁ ବେଖାତିର: ବଢ଼ୁଛି ବିଦ୍ୟୁତ୍ ଚୋରି

ନିୟମକୁ ବେଖାତିର: ବଢ଼ୁଛି ବିଦ୍ୟୁତ୍ ଚୋରି

ନୀଳଗିରି: ନୀଳଗିରି ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ୍ ଚୋରି ବଢ଼ୁଥିବା ଅଭିଯୋଗ ହେଉଛି । ବିଦ୍ୟୁତ୍ ଚୋରିକୁ ରୋକିବା ପାଇଁ ସବୁ ନିୟମ ରହିଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହୁଛି । ଏପରି କିଛି ଅସାଧୁ କର୍ମଚାରୀ ଏହି ଚୋରିରେ ସାମିଳ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଅନେକ ସମୟରେ ଦେଖା ଦେଇଛି ସରକାରୀ କର୍ମଚାରୀମାନେ ବିଦ୍ୟୁତ୍ ଚୋରିରେ ସମ୍ପୃକ୍ତ ରହୁଛନ୍ତି । ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଧରାଯାଉଥିଲେ ମଧ୍ୟ ଜରିମନା ଆଦାୟକରାଯାଇ କେସ୍କୁ ଦଫାରଫା କରିଦିଆଯାଉଥିବା ଜଣାପଡ଼ିଛି । ମାମଲା ରଜୁକୁ ହେଉନି । ବିଦ୍ୟୁତ୍ ଚୋରି ଫଳରେ ନୀତିନିୟମରେ ବିଦ୍ୟୁତ୍ ଜାଳୁଥିବା ଗ୍ରାହକମାନେ ଅଯଥାରେ ହଇରାଣ ହେଉଛନ୍ତି । ଅଧିକ ବିଦ୍ୟୁତ୍ ଲୋଡ଼ ଫଳେରେ ଟ୍ରାନ୍ସଫର୍ମ ପୋଡ଼ି ଯାଇ ଦିନ ଦିନ ଧରି ଅନ୍ଧାରରେ ରହୁଛନ୍ତି । ଏପରି ପରିସ୍ଥିତି ଦେଖା ଦେଇଛି ନୀଳଗିରି ଅଞ୍ଚଳରେ । ଘଟଣାରୁ ପ୍ରକାଶ, ତେଣ୍ଡା ସରକାରୀ ବାଳିକା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଦ୍ୟୁତ୍ ଚୋରି ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମହିଳା ନେତ୍ରୀ ତଥା ବିଜେଡି ମହିଳା ରାଜ୍ୟ ସମ୍ପାଦିକା ସୁନିତି ସିଂ । ତାଙ୍କ କହିବା ଅନୁଯାୟୀ ଉକ୍ତ ଗ୍ରାମର ଟ୍ରାନ୍ସଫର୍ମର ୧୫ ଦିନ ଧରି ପୋଡ଼ି ଯାଇଛି । ଗ୍ରାମାବସୀମାନେ ଅନ୍ଧାରରେ ରହିଥିବା ବେଳେ ସ୍କୁଲ ପରିସରରେ କ୍ୱାଟର୍ସରେ ରହୁଥିବା କିଛି ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ ଲାଇନ୍ରୁ ଅସାଧୁ ଉପାରେ ଲାଇନ୍ ଆଣୁଛନ୍ତି । ଯାହାର ବ୍ୟୟଭାର ସ୍କୁଲ ଉପରେ ପଡ଼ୁଛି । ତେଣ୍ଡା ବାଳିକା ହାଇସ୍କୁଲରୁ ବେନିୟମ ଭାବେ ଉପଭୋକ୍ତା ଏନ୍ଏନ୍ ୨୦୫୧୦, ଏନ୍ଏନ୍ଡି୬୯୩୮, ଏନ୍ଏନ୍ଡି୬୯୪୭, ଏନ୍ଏନ୍ଡି୬୯୪୧ ବିଦ୍ୟୁତ ସଂଯୋଗ ନେଇ ଜାଳୁଥିବା ବେଳେ ସ୍କୁଲର ବିଦ୍ୟୁତ ବିଲ ସ୍କୁଲ ପକ୍ଷରୁ ପୈଠ କରାଯାଉ ଥିବା ଅଭିଯୋଗ ହୋଇଛି ।