Home ଦେଶ ବିଦେଶ ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

0
ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏହି ଅବଧି କେବଳ ଚିକିତ୍ସା ରିପୋର୍ଟ ଆଧାରରେ ବୃଦ୍ଧି କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ସମାଚାର ଏଜନ୍ସି ଡନ୍‌ର ସୂଚନା ଅନୁଯାୟୀ, ଏହା ଇମ୍ରାନ ସରକାରଙ୍କୁ ଏକ ଝଟ୍‌କା। ସୂଚନାଯୋଗ୍ୟ, ଏହାକୁ ନେଇ କୋର୍ଟରେ ସକାଳ ୧୧ଟାରୁ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମଝିରେ କିଛ ସମୟର ବିରତି ନିଆଯିବା ସହ ସନ୍ଧ୍ୟା ପ୍ରାୟ ୬ଟାରେ ରାୟ ଆସିଥିଲା କି ଶରିଫଙ୍କୁ ୪ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଲା। ଆଉ ଏଥିରେ ଥିବା ସର୍ତ୍ତରେ ତାଙ୍କ ସାନଭାଇ ରାଜି ହୋଇ କୋର୍ଟର ରାୟକୁ ଗ୍ରହଣ କରିନେଇଥିଲେ।