Home Uncategorized ସ୍ୱାୟତ୍ତ ଶାସନ ଦିବସ

ସ୍ୱାୟତ୍ତ ଶାସନ ଦିବସ

ନୟାଗଡ଼: ନୟାଗଡ଼କୁ ରାଜ୍ୟର ଏକ ଆଦର୍ଶ ଓ ଅଗ୍ରଣୀ ସହରାଞ୍ଚଳରେ ପରିଣତ କରାଯିବ ବୋଲି ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦେଇ କହିଛନ୍ତି । ଖୁବଶୀଘ୍ର ଏହା ଏନ୍ଏସିରୁ ମ୍ୟୁନିସପାଲିଟିରେ ପରିଣତ କରାଯିବ ବୋଲି ଡ଼.ସାହୁ ସୂଚନା ଦେଇଥିଲେ । ନଗରପାଳ ଗୁରୁପ୍ରସାଦ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମାରୋହରେ ସମ୍ମାନିତ ଅତିଥି ଭାବେ ଏସ୍ପି ଶଶିଭୂଷଣ ଶତପଥୀ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶିକା ଶ୍ରୀମତୀ ସନ୍ତୋଷୀ ସାହୁ ଯୋଗଦେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏନ୍ଏସିର ଜନୈକ ଦିବଂଗତ କର୍ମଚାରୀ ଲକ୍ଷ୍ମଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ଏନ୍ଏସି ଅଞ୍ଚଳରେ ମାଟ୍ରିକରେ ସର୍ବୋଚ୍ଚ ନମ୍ବର ଏବଂ ୯ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୨ହଜାର ଏବଂ ୧ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍ଏସିରେ ବାସ କରୁଥିବା ବିପିଏଲ୍ ପରିବାର ଝିଅମାନଙ୍କ ନାମରେ ସୁକନ୍ୟା ଯୋଜନାରେ ଏକ ହଜାର ଟଙ୍କା ପୋଷ୍ଟ ଅଫିସରେ ଦାଖଲ କରାଯିବା ବୋଲି ସମାବେଶରେ ଘୋଷଣା କରାଯାଇଥିଲା ।