Home ଦେଶ ବିଦେଶ ଆଜି ରାଜ୍ୟ ବ୍ୟାପୀ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ!

ଆଜି ରାଜ୍ୟ ବ୍ୟାପୀ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ!

0
ଇ-ଫାର୍ମାସି ଓ ଅନଲାଇନ େଓ÷ାଷଧ ବିକ୍ରିକୁ ବିରୋଧ କରି ଅଖିଳ ଭାରତୀୟ େଓ÷ାଷଧ ବ୍ୟବସାୟୀ ମହାସଂଘ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସେହିପରି ଭାରତୀୟ ବଜାରରେ ଅନ୍ତଃରଷ୍ଟ୍ରୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫ୍ଡିଆଇକୁ କ୍ୟାବିନେଟର୍ ମଞ୍ଜୁରିକୁ ବିରୋଧ କରି ଆଜି ମଧ୍ୟ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି । ତାହାସହିତ ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛି । ଏହା ଫଳରେ ଆଜି ଛୋଟ ,ବଡ ବ୍ୟବସାୟ ପ୍ରତିଷ୍ଠାନ ଆନ୍ଦୋଳନରେ ସାମିଲ ହେବେ ବୋଲି ରାଜୂ ବ୍ୟବସାୟୀ ସଇଘ ସୂଚନା ଦେଇଛନ୍ତି । ସେପଟେ ଆଜି ମାଲଗୋଦାମ, ସମସ୍ତ ରିଟେଲ କାଉଣ୍ଟର ଓ ମାଲ ଲୋଡିଂ ଓ ଅନଲୋଡିଂ ବନ୍ଦ ରଖାଯିବ । ଅନ୍ୟପଟେ ଏହାକୁ ଉକ୍ତଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ କରାଯାଇଥିବାରୁ ଆଜି ରାଜ୍ୟ ବ୍ୟାପୀ ୨୨ ହଜାର େଓ÷ାଷଧ ଦୋକାନ ବନ୍ଦ ରହିବ ।