Home ମନୋରଞ୍ଜନ ସନ୍ନିଙ୍କ ଦରିଆ ଦିଲ୍

ସନ୍ନିଙ୍କ ଦରିଆ ଦିଲ୍

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ ନାୟିକା ପାଲଟିଥିବା ସନ୍ନି ଲିଓନି ଏବେ ପୁଣି ଥରେ ଆସିଛନ୍ତିି ଚର୍ଚ୍ଚାକୁ । ଏଥର କିନ୍ତୁ ତାଙ୍କ ଦରିଆ ଦିଲ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ବଡ ବଡ କଳାକାରମାନେ କରିବାକୁ ଟିକେ ପଛଘୁଞ୍ଚା ଦେଉଛନ୍ତି ତାହା କରିଛନ୍ତି ସନ୍ନି । କେରଳ ବନ୍ୟା ପୀଡିତଙ୍କ ପାଇଁ ଏହି ଅଭିନେତ୍ରୀ ୧୨୦୦କିଲୋ ଖାଦ୍ୟ ସାମଗ୍ରୀ ପଠାଇଥିବା ଖବର ମିଳିଛି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଥିବା ଏକ ଫଟୋରୁ ଏହା ଜଣାପଡିଛି । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ ୫ କୋଟିରୁ ଅଧିକ ଟଙ୍କା ମଧ୍ୟ ଦାନ କରିଥିବା କୁହାଯାଉଛି । ଅବଶ୍ୟ ଏହି ରାଶିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଏହି ଆଇଟମ କୁଇନଙ୍କର ଯେ ଏକ ହୃଦୟ ଅଛି ତାହା ସ୍ପଷ୍ଟ ବାରି ହୋଇ ପଡିଛି । କେବଳ ସନ୍ନି କାହିଁକି କେରଳ ବନ୍ୟା ପୀଡିତଙ୍କ ପାଇଁ ମଧ୍ୟ ଆହୁରି କିଛି ବଲିଉଡ କଳାକାର ସାହାଯ୍ୟର ହାତ ବଢାଇଛନ୍ତି ।