Home ଦେଶ ବିଦେଶ ପବିତ୍ର ରକ୍ଷା ବନ୍ଧନ ଅବସରରେ ଭଉଣୀଙ୍କୁ ଦକ୍ଷ କରିବା ପାଇଁ ‘ ଗିଫ୍ଟ ଏ ସ୍କିଲ୍’...

ପବିତ୍ର ରକ୍ଷା ବନ୍ଧନ ଅବସରରେ ଭଉଣୀଙ୍କୁ ଦକ୍ଷ କରିବା ପାଇଁ ‘ ଗିଫ୍ଟ ଏ ସ୍କିଲ୍’ ଯୋଜନା

ନୂଆଦିଲ୍ଲୀ : ଭାରତୀୟ ମହିଳାମାନଙ୍କ ସଶକ୍ତିକରଣ ପାଇଁ ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରାକୃତିକ ଗ୍ୟାସ୍ ଓ ପ୍ରେଟୋଲିୟମ୍ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଭଉଣୀଙ୍କୁ ଦକ୍ଷ କରିବା ଲାଗି ‘ଗିଫ୍ଟ ଏ ସ୍କିଲ୍’ ପ୍ରଦାନ ପାଇଁ ଦେଶବ୍ୟାପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ମହିଳାମାନଙ୍କ ଗୁରୁତ୍ୱ ଉପଲବ୍ଧି କରି ପ୍ରାକୃତିକ ଗ୍ୟାସ୍ ଓ ପ୍ରେଟୋଲିୟମ୍ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଦେଶର ଆର୍ଥିକ ବିକାଶରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗାଦନ ରହିଛି । ତେଣୁ ଭାଇମାନେ ଭଉଣୀଙ୍କର ଦକ୍ଷତା ବିକାଶ ପାଇଁ ଉଦ୍ୟମ କରି ଦେଶର ବିକାଶରେ ଭାଗୀଦାର ହୁଅନ୍ତୁ ବୋଲି ଶ୍ରୀ ପ୍ରଧାନ ସୂଚିତ କରିଛନ୍ତି । ଭଉଣୀଙ୍କର ଜୀବନ ଶୈଳୀରେ ପରିବର୍ତନ ପାଇଁ ଭାଇମାନେ ପବିତ୍ର ରକ୍ଷାବନ୍ଧନ ଅବସରରେ ଉଦ୍ୟମ କରିବା ଆବଶ୍ୟକ । ଏହାଦ୍ୱାରା ଭଉଣୀମାନେ ଆର୍ଥିକ ଦୃଷ୍ଟିରୁ ଆତ୍ମ ନିର୍ଭରଶୀଳ ହେବା ସହିତ ଜୀବନର ପ୍ରତିଟି ଆହ୍ୱାନର ମୁକାବିଲା କରିବାକୁ ସକ୍ଷମ ହୋଇ ପାରିବେ । ଦେଶରେ ଆର୍ଥିକ ବିକାଶ ମହିଳାଙ୍କ ଯୋଗୁ ସବୁବେଳେ ସମ୍ଭବ ହୋଇପାରିଥାଏ । ସେମାନେ ଦକ୍ଷ ହେବା ଦ୍ୱାରା ସେମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ହେବା ସହିତ ଏକ ନୂତନ ଧାରା ସୃଷ୍ଟି ହୋଇପାରିବ । ସେମାନଙ୍କ ସଫଳତା ସହିତ ଦେଶର ସଫଳତା ଜଡ଼ିତ ହୋଇ ରହିଛି । ସେମାନଙ୍କୁ ଉପଯୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇବାର ଆବଶ୍ୟକତା ରହିଛି । ଏହାଦ୍ୱାରା ସେମାନେ ଘରୋଇ କିମ୍ବା ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହାସଲ କରିପାରିବେ । ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ ଦକ୍ଷତା ବିକାଶର ସୁଯୋଗ ଉପଲବ୍ଧ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଆର୍ଥିକ ବିକାଶର କେନ୍ଦ୍ରରେ ମହିଳାଙ୍କ ସ୍ଥାନକୁ ରୁଦ୍ଧିମନ୍ତ କରାଇ ପାରିଛନ୍ତି । ଏପରି ସ୍ଥଳେ ଦେଶବାସୀ ଭଉଣୀମାନଙ୍କର ଜୀବନର ସୁରକ୍ଷା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ସୂଚିତ କରିଛନ୍ତି । ବିଭିନ୍ନ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଏହି ବାର୍ତାର ସମ୍ପ୍ରସାରଣ ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।