Home ଦେଶ ବିଦେଶ କେରଳ ବନ୍ୟା ପୀଡ଼ିତଙ୍କ ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ କୋଟି ସହାୟତା ଦେଲା...

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୫୦ କୋଟି ସହାୟତା ଦେଲା ଆଦାନୀ ଫାଉଣ୍ଡେସନ

ଅହମ୍ମଦାବାଦ: କେରଳ ବନ୍ୟାପୀଡ଼ିତଙ୍କ ପାଇଁ ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ଏହାର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ଫଣ୍ଡକୁ ୫୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୫ କୋଟି ଟଙ୍କା ତତ୍କ୍ଷଣାତ୍ ରିଲିଫ୍ ପାଇଁ ଏବଂ ୨୫ କୋଟି ଥଇଥାନ ଏବଂ ପୁନର୍ବାସ ପାଇଁ ଉପଯୋଗ କରାଯିବ । କମ୍ପାନୀର କର୍ମଚାରୀ କେରଳ ବନ୍ୟାକ୍ଲିଷ୍ଟଙ୍କ ସହାୟତା ଲାଗି ସେମାନଦଙ୍କର ଗୋଟିଏ ଦିନର ଦରମା ଦାନ କରିଛନ୍ତି । ଦେଶ ନିର୍ମାଣରେ ଏବଂ ନାଗରୀକଙ୍କ ସଶକ୍ତକରଣ ପାଇଁ କମ୍ପାନୀ ଥଇଥାନ ବ୍ୟବସ୍ଥା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛି । କେରଳରେ କମ୍ପାନୀ ଆଦାନୀ ଭିଜିହିଞ୍ଜାମ୍ ପୋର୍ଟ ପ୍ରା. ଲିଃ. ସହାୟତାରେ ପୀଡ଼ିତଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରୁଛି । କମ୍ପାନୀର କର୍ମଚାରୀ ଦିନରାତି ନିରନ୍ତର ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ପ୍ରଦାନ କାର୍ଯ୍ୟରେ ଲାଗି ରହିଛନ୍ତି । ଦୁର୍ଗମ ଗ୍ରାମରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ ମଧ୍ୟ କରୁଛନ୍ତି । କମ୍ପାନୀର ରିଲିଫ୍ ଦଳ କୋକ୍କାଥୋଡ଼େ, ମୁଣ୍ଡନପ୍ଲାଭୁ, ନିଲ୍ଲୀକାମପରା ଏବଂ କୋଟ୍ଟମ୍ପରା, ଆରୁଭାପୁଲମ୍ ପଂଚାୟତର କୁରୁସାଡ଼ି ଜଙ୍କସନ୍,ଥେକେମାଳା, ଭଂଚିପରମାଲା, ମାଲ୍ଲାପ୍ପୁଝାସେରି ପଂଚାୟତର କ୍ୟାଥଲିକ୍ ଚର୍ଚ୍ଚ, ସେଂଟ୍ ଜର୍ଜ ଅର୍ଥୋଡକ୍ସ ଚର୍ଚ୍ଚ, କୋନ୍ନିର ମାଙ୍ଗାରାମ୍ ଏବଂ ମାରୁରୁ ଗ୍ରାମରେ ରିଲିଫ୍ ପ୍ରଦାନ କରିଛନ୍ତି । ପ୍ରତି କିଟ୍ରେ ଚାଉଳ, ଚୁଡ଼ା, ବିସ୍କୁଟ, ଗାଧୁଆ ସାବୁନ୍, ଲୁଗା ସଫା ସାବୁନ,ଟୁଥ୍ ପେଷ୍ଟ,କ୍ୟାଣ୍ଡେଲ, ମ୍ୟାଚ୍ ବକ୍ସ୍, ଲୁଙ୍ଗି, ରାତି ପୋଷାକ, ବ୍ୟାଗ୍ ଆଦି ରହିଛି । ଏହା ସହିତ ଫାଉଣ୍ଡେସନ୍ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଭ୍ୟାନ୍, ପିଇବା ପାଣଶି ଭ୍ୟାନ୍ ଆଦି ବନ୍ୟା ପ୍ରଭାବିତ ଅଂଚଳରେ ଉପଲବ୍ଧ କରାଯାଉଛି । ପ୍ରତିଦିନ ଦଳ ପକ୍ଷରୁ କୋଜାନଚେରୀ ଏବଂ ପଯ୍ଟାନାମିଥିଟ୍ଟା କ୍ୟାମ୍ପରେ ପ୍ରତିଦିନ ୨୦୦ ଲୋକଙ୍କୁ ଆବଶ୍ୟକ ସମାଗ୍ରୀ ଯୋଗାଇ ଦିଆଯାଉଛି । ଏହି ରିଲିଫ୍ କାର୍ଯ୍ୟକ୍ରମ ୨୦୧୮ ଅଗଷ୍ଟ ୨୧ରେ ତ୍ରିଭେନ୍ଦ୍ରମ୍ ଜିଲାରେ ବନ୍ଦରମନ୍ତ୍ରୀ କେଡ଼ାନ୍ନାପ୍ପାଲ୍ଲୀ ରାମଚନ୍ଦ୍ରନ ଏବଂ ଜିଲାପାଳ ଡ. ଭାସୁକୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ,ଆଦାନୀ ଫାଉଣ୍ଡେସନ୍ ୧୯୯୬ରେ ଗୁଜରାଟରେ ସ୍ଥାପିତ ହୋଇଥିଲା । ଏହା ଦେଶର ୧୩ ରାଜ୍ୟର ୧,୪୭୦ ଗ୍ରାମ ଓ ସହରରେ କାର୍ଯ୍ୟକାରୀ ହେଉଛି । ଏହା ଦେଶର ୫,୦୦,୦୦୦ ପରିବାରଙ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇପାରିଛି ।