Home ଦେଶ ବିଦେଶ ଚଳନ୍ତା ଗାଡିରେ ନିଆଁ ଲାଗି ୩ ମୃତ

ଚଳନ୍ତା ଗାଡିରେ ନିଆଁ ଲାଗି ୩ ମୃତ

0
a-woman-and-her-two-daughters-charred-to-death-in-delhi
ନୂଆଦିଲ୍ଲୀ: ଚଳନ୍ତା କାରରେ ନିଆଁ ଲାଗି ଗୋଟିଏ ପରିବାର ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏହି ଘଟଣା ଗତକାଲ୍ଲୀ ସନ୍ଧ୍ୟା ୬.୩୦ ସମୟରେ ଅକ୍ଷରଧାମ ଫ୍ଲାଏଓଭରରେ ଘଟିଯାଇଛି । ଏକ କାରରେ ଉପେନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ଯାଉଥିଲେ । କାର ପ୍ରିଜ ଦେଇ ଗତି କଲା ବେଳେ ହଠାତ୍ ବ୍ରିଜ ଉପରେ କାରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସମୟରେ କଳେ ବଳେ କୌଶଳେ ଉପେନ୍ଦ୍ର ନିଜ ସହିତ ଝିଅକୁ ଗାଡି ବାହାରକୁ ନେଇ ଆସିଥିଲେ । କିନ୍ତୁ ଦୁର୍ଘଟଣା ବଶତଃ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ବଞ୍ଚାଇ ପାରିଲେ ନାହିଁ । ସେମାନଙ୍କୁ ରକ୍ଷା କରିବା ପୂର୍ବରୁ ଗାଡିôି ହୁତୁ ହୁତୁ ହୋଇ ଜଳିଥିଲା । ଘଟଣାସ୍ଥଳରେ ହିଁ ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିଲା । ଗାଡିଟି କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍ (ସିଏନ୍ଜି) ରେ ଚାଲୁଥିଲା । ଫଳରେ ଗ୍ୟାସ୍ ଲିକ ହୋଇ ଗାଡିରେ ନିଆଁ ଲାଗିଯାଇଥିଲା