Home ବାଣିଜ୍ୟ ଆଦାନୀ ଗ୍ରୁପ୍ ରିଟେଲ ବିଦ୍ୟୁତ୍ ବିତରଣ ବ୍ୟବସାୟରେ ପ୍ରବେଶକଲା

ଆଦାନୀ ଗ୍ରୁପ୍ ରିଟେଲ ବିଦ୍ୟୁତ୍ ବିତରଣ ବ୍ୟବସାୟରେ ପ୍ରବେଶକଲା

ମୁମ୍ବାଇ: ଆଦାନୀ ଗ୍ରୁପର ଅଂଶବିଶେଷ ଆଦାନୀ ଟ୍ରାନ୍ସମିଶନ ଲିମିଟେଡ଼ ରିଲାଏନ୍ସ ଇନଫ୍ରାଷ୍ଟକଚର ଇଂଟିଗ୍ରେଟେଡ୍ ଜେନେରସନ୍ ବିଜନେସ୍, ଟ୍ରାନ୍ସମିଶନ ଏବଂ ରିଟେଲ ଇଲେକକ୍ସିଟି ଡିଷ୍ଟିବ୍ୟୁସନ୍କୁ ଅଧିଗ୍ରହଣ କରିବା ସହିତ ରିଟେଲ ବିଦ୍ୟୁତ୍ ବିତରଣ ବ୍ୟବସାୟରେ ପ୍ରବେଶ କରିଛି । ଏହା ଅନ୍ତର୍ଗତ କମ୍ପାନୀ ଧାହାନୁଠାରେ ଥିବା ଶକ୍ତି ସଂଚରଣ ୟୁନିଟ୍, ମୁମ୍ବାଇ ଏବଂ ମହାରାଷ୍ଟ୍ରର ଶକ୍ତି ସଂଚରଣ ସହିତ ମୁମ୍ବାଇର ୪୦୦ବର୍ଗ କିମି ପରିମିତ କ୍ଷେତ୍ରରେ ରିଟେଲ ଶକ୍ତି ବିତରଣ କାର୍ଯ୍ୟ ସମ୍ପନ୍ନ କରିବ । ୨୦୧୮ ଶେଷ ସୁଦ୍ଧା ଆଦାନୀ ଟ୍ରାନ୍ସମିଶନ ଲିଃ. ୩୫ ଗ୍ରୀଡ୍ ସହିତ ୧୯୩୦୦ ଏମଭିଏ କ୍ଷମତା ହାସଲ କରିବାକୁ ସକ୍ଷମ ହେବ । ମୁମ୍ବାଇରେ କମ୍ପାନୀ ୩ ନିୟୁତ ଉପଭୋକ୍ତାଙ୍କୁ ୫,୦୦୦ କର୍ମଚାରାୀଙ୍କ ସହାୟତାରେ ଶକ୍ତି ସଂଚରଣ ସେବା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି ଯେ, “ ଆମେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ପ୍ରବେଶ କରିଥିବାରୁ ମୁଁ ବେଶ୍ ଆନନ୍ଦିତ । ଏହାଦ୍ୱାରା ମୁମ୍ବାଇ ସହରରେ ୩ ନିୟୁତ ଉପଭୋକ୍ତା ଉପକୃତ ହୋଇପାରିବେ । ଭାରତ ସରକାରଙ୍କ ୨୦୨୦ ମସିହା ସୁଦ୍ଧା ପାୱାର ଫର୍ ଅଲ୍ ପ୍ରତିଶ୍ରୁତିବଦ୍ଧତା ଲକ୍ଷ୍ୟ ପୂରଣ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟଧାରା ପ୍ରସ୍ତୁତ କରିଛୁ । ଆମେ ଉପଭୋକ୍ତାଙ୍କ ବିଶ୍ୱାସ ଜିଣିବା ସହିତ ନିରନ୍ତର ଶକ୍ତି ସଂଚରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିବୁ ।” ଏହି ଅବସରରେ ଆଦାନୀ ଟ୍ରାନ୍ସମିଶନ ଲିଃ. ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ତଥା ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିଃ.ର ଅଧ୍ୟକ୍ଷ ଅନୀଲ ସରଦାନା କହିଛନ୍ତି ଯେ, “ ମୁମ୍ବାଇ ଭଳି ସହରରେ ବିଦ୍ୟୁତ୍ ବିତରଣ କାର୍ଯ୍ୟରେ ଆମେ ନିୟୋଜିତ ହୋଇଥିବାରୁ ବେଶ୍ ଆନନ୍ଦିତ । ଆମେ ଏହି ଉଭୟ ନେଟ୍ୱାର୍କ ପରିଚାଳନା ଏବଂ ଗ୍ରାହକ ସେବାରେ ସଫଳତା ଲାଗି ଆମେ ଉଦ୍ୟମ କରୁଛୁ । ଅପରେଶନକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ । ଆଗାମୀ ଦିନରେ ଏହା ସଫଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି” ସୂଚନାଯୋଗ୍ୟ, ଆଦାନୀ ଟ୍ରାନ୍ସମିଶନ ଶକ୍ତି ସଂଚରଣ କ୍ଷେତ୍ରରେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୨୨ ସୁଦ୍ଧା ଏହା ପାୱାର ଫର୍ ଅଲ୍ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ।