Home Uncategorized ଅଲିଭିଆ ଆତଙ୍କ ! ବ୍ଲୁ ହ୍ୱେଲ,ମୋମୋ ପରେ ଏବେ ଅଲିଭିଆର ଟାର୍ଗେଟରେ କୋମଳମତି ଛାତ୍ର ଛାତ୍ରୀ...

ଅଲିଭିଆ ଆତଙ୍କ ! ବ୍ଲୁ ହ୍ୱେଲ,ମୋମୋ ପରେ ଏବେ ଅଲିଭିଆର ଟାର୍ଗେଟରେ କୋମଳମତି ଛାତ୍ର ଛାତ୍ରୀ ।

0
ବ୍ଲୁ ହ୍ୱେଲ୍  ,ମୋମୋ ପରେ ଏବେ ଅଲିଭିଆ ଆତଙ୍କ । ଅଲିଭିଆ ହୋକ୍ସ ଏକ ଅନଲାଇନ୍ ହ୍ଵାଟସ୍ଆପ୍ ସ୍ପାମ୍ । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କୁ ଏହି ସ୍ପାମ୍ ଟାର୍ଗେଟ କରୁଛି । କୋମଳମତି ଶିଶୁଙ୍କ ପ୍ରାଣହାନୀ କରିବାକୁ ବିଦେଶର ସାଇବର୍ ଅପରାଧୀ ଏ ପ୍ରକାର ସ୍ପାମ୍ ବ୍ୟବହାର କରୁଥିବା କୁହାଯାଉଛି । ପ୍ରଥମେ ଏହି ସ୍ପାମ୍ ଛାତ୍ର କିମ୍ବା ଛାତ୍ରୀଙ୍କୁ ମେସେଜ୍ ପଠାଇ ଜଣେ ବନ୍ଧୁଙ୍କ ବନ୍ଧୁ ଭାବରେ ନିଜକୁ ପରିଚୟ ଦେଉଛି । ସେ ନୂଆ ନମ୍ବର ଆଣିଥିବାରୁ ଏହି ନମ୍ବରଟି ସେଭ୍ କରିବାକୁ ଅଲିଭିଆ କହୁଛି । ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀ ସେଭଳି କୌଣସି ବନ୍ଧୁଙ୍କୁ ଚିହ୍ନିନଥିବା କହିଲେ, ଅଲିଭିଆ ଅନେକ ଦିନ ତଳେ ସେମାନଙ୍କର ଏକ ଗ୍ରୁପ୍ ଫଟୋ ହ୍ଵାଟସ୍ଆପରେ ପଠାଉଛି କହି ସାଙ୍ଗେସାଙ୍ଗେ ଏକ ଲିଙ୍କ ପଠାଉଛି । ଲିଙ୍କ୍ ଖୋଲିବା ମାତ୍ରକେ ମୋବାଇଲ୍ ହ୍ୟାକ୍ ଏବଂ ଛାତ୍ର କିମ୍ବା ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡୁଛି ।ବର୍ତ୍ତମାନ ଓଡ଼ିଶାରେ ଅଲିଭିଆ ପଶିଥିବା ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଗତକାଲି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଅବିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ କରିଦିଆଯାଇଛି । ଅଜଣା ନମ୍ବରରୁ ହ୍ଵାଟସ୍ଆପରେ ଆସୁଥିବା କୌଣସି ମେସେଜ୍ କିମ୍ବା ଫୋନ୍ କଲ୍ର ପ୍ରତିଉତ୍ତର ନଦେବାକୁ ପରାମର୍ଶ ଦିଆଯାଇଛି । ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜ୍କୁ ଇନ୍ବକ୍ସରେ ନଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅଲିଭିଆ ଛାତ୍ର କିମ୍ବା ଛାତ୍ରୀଙ୍କୁ ପଠାଉଥିବା ମେସେଜ୍ ଅନ୍ୟ ବନ୍ଧୁଙ୍କୁ ପଠାଇବାକୁ କହୁଥିବାରୁ ଏହାକୁ ଅଣଦେଖା କରିବା ଜରୁରୀ । ନଚେତ୍ ଅଲିଭିଆ ଫାସରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ।ରାଜ୍ୟର କୋମଳମତି ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆଜି କ୍ରାଇମବ୍ରାଞ୍ଚ ଅଲିଭିଆର କାର‌୍ୟ୍ୟକଳାପ ଉପରେ ଅନୁଧ୍ୟାନ କରିଛି । କେଉଁ ଢଂଗରେ ହ୍ଵାଟସ୍ଆପରେ ମେସେଜ୍ ଆସୁଛି ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି କି ପ୍ରକାର ବିପଦ ସୃଷ୍ଟି କରୁଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୋବାଇଲରେ ପିଲାମାନେ କେଉଁ ପ୍ରକାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ଏବଂ କେଉଁ ବନ୍ଧୁଙ୍କ ସହିତ କି ପ୍ରକାର ଉଦ୍ଦେଶ୍ୟ ନେଇ ଯୋଗାଯୋଗରେ ରହୁଛନ୍ତି, ଏସବୁ ଉପରେ କଡ଼ା ନଜର ରଖିବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି କୌଣସି ଅଜଣା । ପିଲାମାନଙ୍କ ନିକଟରୁ ମୋବାଇଲ୍କୁ ଦୂରେଇ ରଖିବାକୁ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଅଲିଭିଆ ନିଜକୁ ହ୍ଵାଟସ୍ଆପ୍ର ସ୍ୱୀକୃତିପ୍ରାପ୍ତ ଏକ ସଂସ୍ଥା ବୋଲି ଦାବି କରୁଥିବାବେଳେ ହ୍ଵାଟସ୍ଆପ୍ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ସିଧାସଖଳ ଖଣ୍ଡନ କରିଛନ୍ତି । ହ୍ଵାଟସ୍ଆପ୍ ବାଦ୍ ଫେସ୍ବୁକ୍ ଏବଂ ଟୁଇଟର୍ ପରି ସୋସିଆଲ୍ ମିଡିଆରେ ପିଲାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କ୍ରାଇମବ୍ରାଞ୍ଚ ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଥିବା କ୍ରାଇମବ୍ରାଞ୍ଚ କାର‌୍ୟ୍ୟକାଳ ପକ୍ଷରୁ ସୂଚନା ମିଳିଛି ।