Home ଦେଶ ବିଦେଶ ଅପରାହ୍ନ ୪ଟା ସୁଦ୍ଧା ଭାରତରେ ନିଷିଦ୍ଧ ହେବ ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନ ଉଡାଣ

ଅପରାହ୍ନ ୪ଟା ସୁଦ୍ଧା ଭାରତରେ ନିଷିଦ୍ଧ ହେବ ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନ ଉଡାଣ

0
all-boeing-737-max-8-aircraft-in-india-to-be-grounded-by-4-pm-today
ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ସୁଦ୍ଧା ଭାରତରେ ନିଷିଦ୍ଧ ହେବ ଭାରତରେ ଥିବା ୮ଟି ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନର ଉଡାଣ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ । ଏହି ଉଡାଣ ନିଷିଦ୍ଧ କରିବା ଲାଗି ମଙ୍ଗଳବାର ରାତିରେ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦେଖାଗଲା ଯେ ଫ୍ଲାଇଟ୍ ଟ୍ରାଙ୍କିଗ୍ରୁ ଦେଖାଗଲା ସ୍ପାଇସ୍ ଜେଟ୍ ବି୭୩୭ ମ୍ୟାକ୍ସ ଆଜି ସକାଳେ ଉଡାଣ କରୁଛି । ଉଡାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନଥିବା ନେଇ ଡିଜିସିଏର ମୁଖ୍ୟ ବିଏସ୍ ଭୁଲାରଙ୍କୁ ପଚରା ଯାଇଥିଲା । ଏହାର ପ୍ରତି ଉତ୍ତରେ ସେ କହିଥିଲେ ପରିସ୍ଥିତି ଯୋଗୁଁ ଏହିପରି ଘଟିଥାଇ ପାରେ ବୋଲି ସେ କହିଥିଲେ । କେତେକ ସ୍ଥାନରୁ ଭାରତକୁ ଉକ୍ତ ବିମାନ ସବୁ ଫେରୁଥିଲେ ବା ପାର୍କିଂ ପାଇଁ ଯାଉଥିଲେ । ପ୍ରକାଶ ଯେ, ଏହି ବିମାନ ଉଡାଣ ନିଷିଦ୍ଧ କରାଯାଇଥିବା ପଦକ୍ଷେପ ଇଥଓପିଆରେ ବୋଇଙ୍ଗ୍ ୭୩୭ ମ୍ୟାକ୍ସ ଦୁର୍ଘଟଣା ହେବା ପରେ ନିଆଯାଇଛି ।